ପରକୀୟା ପ୍ରୀତିର କରୁଣ ପରିଣତି

କଟକ: ପରକୀୟା ପ୍ରୀତିର କରୁଣ ପରିଣତି । ଭାଉଜ ପ୍ରେମ ଲାଗି ଜୀବନ ଗଲା । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଗଳିତ ମୃତଦେହ ଜବତ । କଟକ ଜିଲ୍ଲା ସାଲେପୁର ଥାନା କୁଅଁରପୁର ଗାଁରୁ ଆସିଛି ଏଭଳି ଖବର । ମୃତକଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନାନୁଯାୟୀ, ସାଲେପୁର ଥାନା ଜପକୂଦ ଫାଣ୍ଡି ଅନ୍ତର୍ଗତ କୁଅଁରପୁର ଗାଁର ନରେନ୍ଦ୍ରନାଥ ପ୍ରଧାନଙ୍କ ପୁଅ ଭରତ କୁମାର ପ୍ରଧାନ ବିଲକୁ କାମ କରିବାକୁ ଯାଇ ଆଉ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିତିଲେ ସୁଦ୍ଧା ଭରତଙ୍କର କିଛି ଖୋଜ୍ ଖବର ମିଳିନଥିଲା। ଏହାପରେ ବିରୂପା ନଦୀ କୂଳରେ ଥିବା ଏକ ଗଛରୁ ଭରତଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଥିଲା। ଭରତଙ୍କର ସେହି ଗ୍ରାମର ଜଣେ ସମ୍ପର୍କୀୟ ଭାଉଜଙ୍କ ସହ ଅନୈତିକ ପ୍ରେମ ସମ୍ପର୍କ ଥିଲା। ଆତ୍ମହତ୍ୟା କରିବା ପଯ୍ୟନ୍ତ ସମସ୍ତ ଘଟଣାକୁ ସେ ସମ୍ପର୍କୀୟ ଭାଉଜଙ୍କୁ ମୋବାଇଲ ଯୋଗେ ଭିଡିଓ କଲ କରି ଦେଖାଇବାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପରକୀୟା ପ୍ରୀତି ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଭରତଙ୍କ ପରିବାର ଲୋକେ ଜପକୂଦ ଫାଣ୍ଡିରେ ହତ୍ୟା ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିବ ବୋଲି ପୋଲିସ କହିଛି।

Share

Leave a Reply

Your email address will not be published. Required fields are marked *

12 − 9 =