ଆଇଏଲଏସଙ୍କ ସୂଚନା: ଘାତକ ନୁହେଁ ଡେଲଟା ପ୍ଲସ ଭ୍ୟାରିଏଣ୍ଟ

ଭୁବନେଶ୍ୱର: ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି ଯେ, ଆଇଏଲଏସରେ ଜାନୁଆରୀରୁ ଜିନୋମ ସିକ୍ଵେନ୍ସିଂ କରାଯାଇଥିଲା। ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩୮୦୦ ସାମ୍ପୁଲ ଜିନୋମ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ଓଡ଼ିଶାରୁ ୧୧୦୦ ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମଗ୍ର ଦେଶରୁ ୪୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ଥିଲା, ସେଥି ମଧ୍ୟରୁ ୪୮ଟି କେସ ସାମ୍ନାକୁ ଆସିଛି ଯାହା ମାତ୍ର ୦.୦୧ ପ୍ରତିଶତ । ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ତାହା ଉପରେ ରିସର୍ଚ୍ଚ ଚାଲିଛି । ମାତ୍ର ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । ଯଦି ଆମେ ସତର୍କ ନ ରହିବା ତେବେ ଭାଇରସକୁ ଆମେ ଆମନ୍ତ୍ରଣ କରିବା ଭଳି ହେବ ।

Share

Leave a Reply

Your email address will not be published. Required fields are marked *

one × four =