ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା | ଏନେଇ ବିଏମସି ଜାରି କରିଛି ଗାଇଡଲାଇନ୍ ।ତେବେ ରଥଟଣାରେ ସମୟରେ କୌଣସି ଶ୍ରଦ୍ଧାଳୁ ଭାଗ ନେଇପାରିବେ ନାହିଁ ବୋଲି ବିଏମସିର ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।ସେହିଭଳି ରୁକୁଣା ରଥଯାତ୍ରାରେ କେବଳ ସେବାୟତ ଅଂଶଗ୍ରହଣ କରିପାରିବେ | ରଥ ଟଣା ଓ ଫେରିବା ବେଳେ କୌଣସି ଭକ୍ତ ସାମିଲ୍ ହେବେନାହିଁ | ରଥଟଣା ଯିବା ଆଗରୁ ରଥକୁ ସାନିଟାଇଜ୍ କରାଯିବ । ଏହି କାର୍ଯ୍ୟରେ ବିଏମସିକୁ ମନ୍ଦିର ସେବାୟତ ସହ ଯୋଗ କରିବେ |

ଏହାବ୍ୟତୀତସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ୍ ଆସିଲେ ରଥଯାତ୍ରାରେ ସାମିଲ ହେବାକୁ ମିଳିବ ଅନୁମତି | ରଥଯାତ୍ରାରେ ସେବାୟତଙ୍କୁ ମାସ୍କ ଓ ସାମାଜିକ ଦୂରତା ମାନିବାକୁ ପଡିବ | ସେହିଭଳି ରଥଯାତ୍ରା ସମୟରେ ଦୈନିକ ସମସ୍ତ ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ | ଖାଦ୍ୟ ଠେଲାଗାଡ଼ି, ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିକୁ ବାରଣ କରାଯାଇଛି । ରଥଟଣା ବେଳେ ପାନ, ଗୁଟଖା ଖାଇ ଛେପ ପକାଇବା ମନା । କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ, ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।

Share

Leave a Reply

Your email address will not be published. Required fields are marked *

eighteen − four =