ରାୟଗଡାରେ ସିନେମା ହଲ୍ ସିଲ୍

ରାୟଗଡା: ରାୟଗଡାରେ ସିଲ୍ ହେଲା ସିନେମା ହଲ୍ । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଅଶୋକ ସିନେମା ହଲ୍ ସିଲ୍ କଲା ପୋଲିସ ଓ ପ୍ରଶାସନ । ସାମାଜିକ ଦୂରତା ଓ ମାସ୍କ ପରିଧାନ ନିୟମକୁ ପାଳନ କରିନଥିବାରୁ ଯାଞ୍ଚ ସମୟରେ ଧରାପଡିବା ପରେ ସିନେମା ହଲକୁ ସିଲ୍ କରିଦିଆଯାଇଛି । ରାୟଗଡା ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ସିନେମା ହଲକୁ ସିଲ୍ କରାଯାଇଛି ।

ରାଜ୍ୟରେ ଧିରେ ଧିରେ ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି| ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଯେଉଁଠି କୋଭିଡ୍ ନିୟମର ଉଲ୍ଲଂଘନ ଘଟଣା ସାମ୍ନାକୁ ଆସୁଛି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

nine + three =