୧୩ତମ ରାଉଣ୍ଡ ସୁଦ୍ଧା ଆଗରେ ରୁଦ୍ର

ଭୁବନେଶ୍ୱର: ପିପିଲି ଆସନ କହିଲେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କୁ ବୁଝାଏ । ଗୋଟିଏ ଆସନରୁ ୭ଥର ବିଧାନସଭାକୁ ଯାଇଥିଲେ ପ୍ରଦୀପ ମହାରଥୀ । ତେବେ ତାଙ୍କର ଅକାଳ ବିୟୋଗ ପରେ ସେହି ଆସନରୁ ପୁଅ ରୁଦ୍ର ମହାରଥୀ ପ୍ରାଥୀ ହୋଇ ବାପାଙ୍କ ଆସନକୁ ରକ୍ଷା କରିବା ଲାଗିପଡିଛନ୍ତି । ତେବେ ଆଜି ପିପିଲି ଉପନିର୍ବାଚନର ଫଳାଫଳ ବାହାରୁଥିବା ବେଳେ ୧୩ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଆଗରେ ରହିଛନ୍ତି ରୁଦ୍ର । ୧୩,୨୧୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ସେ । ତେବେ ତାଙ୍କର ବିଜୟ ସୁନିଶ୍ଚିତ ବୋଲି ମଧ୍ୟ କିଛି ବରିଷ୍ଟ ବିଜେଡି ନେତା ଯୁକ୍ତି ବାଢ଼ିବା ଆରମ୍ଭ କରିଦେଲେଣି । ତେବେ ଦେଖିବାକୁ ବାକି ରହିଲା ବାପାଙ୍କ ଆସନରେ ପୁଅଙ୍କ ଫଳାଫଳ କଣ ହେଉଛି ।

Share

Leave a Reply

Your email address will not be published. Required fields are marked *

five × three =