ସୁସ୍ଥ ଲୋକଙ୍କ ପୁଣି ହେବ କରୋନା ଟେଷ୍ଟ

ଗଞ୍ଜାମ() ଏଣିକି କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ପୁଣି ଥରେ ଟେଷ୍ଟ କରାଯିବ । କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଠାରୁ କରୋନା ଆରୋଗ୍ୟଙ୍କ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି ଯାଞ୍ଚ ପ୍ରକ୍ରିୟାରେ ଆଶା, ଏଏନଏମ, ଅଙ୍ଗନବାଡ଼ି କର୍ମୀ ଓ ଆୟୁଷ ଡାକ୍ତର ସାମିଲ ହେବେ । କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନିଆଯିବ । ଯାଞ୍ଚରେ କେହି ପୁଣି ସଂକ୍ରମିତ ଜଣାପଡ଼ିଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 15 =