ଜୈନ ମୁନି ତରୁଣ ସାଗରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦରା ସ୍ଥିତ କୃଷ୍ଣନଗରରେ ସକାଳ ୩ଟା ୧୮ ମିନିଟ୍‌ରେ ଜୈନ ମୁନି ତରୁଣ ସାଗରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ସେ ୧୯୬୭ ମସିହା  ଜୁନ୍‌ ୨୫ ତାରିଖରେ ମଧ୍ୟପ୍ରଦେଶର ଦମୋହରେ ଜନ୍ମ ଗ୍ରହଣ କରିଥିଲେ।  ସେ ୧୯୮୧ ମସିହା ମାର୍ଚ୍ଚ ୮ ତାରିଖରେ ଗୃହତ୍ୟାଗ କରିଥିଲେ।ସେ ଜଣ୍ଡିସ୍‌ରେ ପୀଡ଼ିତ ଥିବାରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ମେରଠ ହାଇୱେ ସ୍ଥିତ ତରୁଣସାଗରମ୍‌ ତୀର୍ଥରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ତେବେ ତାଙ୍କ ଶେଷ ଯାତ୍ରା ଦିଲ୍ଲୀର ରାଧେପୁରରୁ ଆରମ୍ଭ ହୋଇ ୨୮ କିଲୋମିଟର ଦୂର ତରୁଣସାଗରମ୍‌ରେ ପହଞ୍ଚିବ। ସେ ଦେଶର ଅନେକ ବିଧାନସଭାରେ ପ୍ରବଚନ ଦେଇଛନ୍ତି। ହରିଆଣା ବିଧାନସଭାରେ ତାଙ୍କ ପ୍ରବଚନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

 

Share

Leave a Reply

Your email address will not be published. Required fields are marked *

one × 3 =