ଦିନପିଛା ୧୭ଟଙ୍କା ଅପମାନଜନକ: ରାହୁଲ

ଆଜି ସଂସଦରେ କାମଚଳା ବଜେଟର ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ।ସବୁ ବର୍ଗଙ୍କୁ ଖୁସି କରିବାକୁ ଯଥେଷ୍ଟ ପଦକ୍ଷେପ ନେଇ ଘୋଷଣା କରାଯାଇଥିବା ବେଳେ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ୟମ କରିଛନ୍ତି। ଯେଉଁ କୃଷକଙ୍କ ୨ ହେକ୍ଟର ଜମି ଥିବ ସେମାନଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିବ। ତାହା ସମ୍ପୃକ୍ତ କୃଷକଙ୍କ ଜମାଖାତାରେ ସିଧାସଳଖ ଜମା ହେବ ବୋଲି ଆଜି ବଜେଟ୍ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୩ଟି କିସ୍ତିରେ ଏହି ଟଙ୍କା ଯୋଗାଇ ଦିଆଯିବ।
ସେପଟେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅନ୍ତରୀଣ ବଜେଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧି ଚାଷୀଙ୍କୁ ଦିଆଯିବାକୁ ଥିବା ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଉପରେ ଟୁଇଟ୍ କରି କହିଛନ୍ତି କି, ମୋଦିଙ୍କର ୫ ବର୍ଷର ଅକ୍ଷମତା ଏବଂ ଅହଂକାର ଦ୍ୱାରା ଚାଷୀ ସଂପୂର୍ଣ୍ଣ ଭାବରେ ବରବାଦ ହୋଇସାରିଲେଣି । ଏବେ ତାଙ୍କୁ ପ୍ରତିଦିନ ୧୭ ଟଙ୍କା ଦେବା, ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଏବଂ ସେମାନଙ୍କର ସମସ୍ତ ଦାବିକୁ ଅପମାନ କଲାଭଳି ବୋଲି କଂଗ୍ରେସ ସଭାପତି ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × three =