ପରଦାକୁ ଆସିଲା ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’

ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ବାପା ଅନୀଲ କପୁରଙ୍କ ସହ କାମ କରିଛନ୍ତି ସୋନମ କପୁର। ସ୍ୱିଟି ଭୂମିକାରେ ଅଭିନୟ କରିଛନ୍ତି ସୋନମ । ସ୍ୱିଟିଙ୍କ ବିବାହ ପାଇଁ ପୁଅ ଦେଖାଯାଉଛି। ଏହି ସମୟରେ ରାଜକୁମାର ରାଓଙ୍କ ଏଣ୍ଟ୍ରି ହେଉଛି। ସ୍ୱିଟିଙ୍କ ଘରଲୋକ ମଧ୍ୟ ରାଜକୁମାରଙ୍କୁ ପସନ୍ଦ କରନ୍ତି। ମାତ୍ର ସ୍ୱିଟି ନିଜ ବିଷୟରେ କିଛି ଏମିତି ସତ କୁହନ୍ତି, ଯାହା ଶୁଣିବା ପରେ ପୂରା ପରିବାର ଆଶ୍ଚର୍ୟ୍ୟ ହୋଇଯାଏ।
ଫିଲ୍ମକୁ ଶୈଲୀ ଚୋପ୍ରା ନିର୍ଦ୍ଦେଶନା ଦେଇଥିବାବେଳେ ବିଧୁ ବିନୋଦ ଚୋପ୍ରା ପଯୋଜନା ଦେଇଛନ୍ତି। ଫିଲ୍ମରେ ଜୁହି ଚାଓ୍ଵଲା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସୋସିଆଲ ମିଡିଆରେ ରିଲିଜ୍ ହୋଇ ପପୁଲାର ହୋଇଛି ‘ଏକ ଲଡକି କୋ ଦେଖା ଦୋ ୟେସା ଲଗା’ର ଟାଇଟେଲ ସଙ୍ଗ। ଗୀତରେ ରାଜକୁମାର ରାଓ ଓ ସୋନମ କପୁରଙ୍କ ଲଭ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଗୀତକୁ ଦର୍ଶନ ରାଓ୍ଵଲ ଓ ରୋଚକ କୋହିଲି ଗାଇଛନ୍ତି। ଗୀତର ଲିରିକ୍ସ ଲେଖିଛନ୍ତି ଗୁରପ୍ରୀତ ସୈନୀ।

Share

Leave a Reply

Your email address will not be published. Required fields are marked *

fourteen − thirteen =