ସମ୍ବଲପୁରବାସୀଙ୍କୁ ନବୀନଙ୍କ 555 କୋଟି ଟଙ୍କାର ଉପହାର

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଗସ୍ତ କରି ବିଜୁ ଯୁବବାହିନୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମ୍ବଲପୁର ପାଇଁ 88 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ 20 କୋଟି ଟଙ୍କା ବିନିଯୋଗରେ ମାଳତୀଜୋର ସେତୁ ଓ 10 କୋଟି ଟଙ୍କା ବନିଯୋଗରେ ବାଲିବନ୍ଧ ସେତୁ ନିର୍ମାଣ କରାଯିବ ।

ଏହାସହିତ ଜିଲ୍ଲା ସ୍କୁଲ ଠାରୁ ନକସାପଲି ରୋଡ ପର୍ଯ୍ୟନ୍ତ ରାସ୍ତାକୁ 40 କୋଟି ଟଙ୍କାରେ ଏବଂ ଦୁର୍ଗାପଲ୍ଲୀଠାରୁ ଏନ.ଏଚ ପର୍ଯ୍ୟନ୍ତ ରାସ୍ତାକୁ 15 କୋଟି ଟଙ୍କାରେ 4 ଥାକିଆ କରାଯିବ । ସେହିଭଳି ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ 3 କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହିସବୁ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମା ସମଲେଶ୍ବରୀର ମନ୍ଦିର ସମ୍ମୁଖ ମହାନଦୀ ରିଭର ଫ୍ରଣ୍ଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦଘାଟନ କରିଛନ୍ତି । ଏହାସହିତ ନେଲସନ ମାଣ୍ଡେଲା ଛକରେ 117.72 କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ଏକ ବୃହତ ସେତୁର ଉଦଘାଟନ ମଧ୍ୟ କରିଛନ୍ତି । ଏହି ସେତୁ ଦ୍ବାରା ଚାଉଁରପୁର, ଗୋଶାଳା ଓ ଚିପିଲିମା ସମ୍ବଲପୁର ସହ ସିଧାସଳଖ ଯୋଡି ହେବ । ଏଥିସହିତ ମୁଖ୍ୟମନ୍ତ୍ରୀ 100 କୋଟି ଟଙ୍କାର ଆଉ 19ଟି ପ୍ରକଳ୍ପର ଉଦଘାଟନ ସହ 338 କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ 14ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପରେ ସେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × three =