ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ରାନୁ ମଣ୍ଡଳ

ଭୁବନେଶ୍ବର () ସୋସିଆଲ ମିଡିଆ ଓ ବଲିଉଡରେ ସନସନି ମଚାଇଥିବା ରାନୁ ମଣ୍ଡଳ ପୁରୀରେ । ବଲିଉଡରେ ପ୍ଲେବ୍ୟାକ ସିଙ୍ଗର ଭାବେ କାମ କରିବାର ସୁଯୋଗ ପାଇବା ପରେ ସେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଦେବାକୁ ପୁରୀ ଆସିଛନ୍ତି । ରେଲୱେ ଷ୍ଟେସନରୁ ବଲିଉଡର ରଙ୍ଗୀନ ମାହୋଲ । ରାତାରାତି ଷ୍ଟାର ବନିଗଲେ । ବିଭିନ୍ନ ସ୍ତରରୁ ତାଙ୍କର ଫ୍ୟାନ ଫଲୋଅର ବି ବଢିଲେଣି । ଏକ ନୂଆ ମାହୋଲରେ ନୂଆ କ୍ୟାରିୟର ଆରମ୍ଭ କରୁଥିବା ରାନୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ସେ ପୁରୀ ବେଳାଭୂମୀରେ କିଛି ସମୟ ବୁଲିଥିଲେ । ସେଠାରେ ସେ ଉଠାଇଥିବା ଏକ ଫଟୋ ନିଜ ଫେସବୁକରେ ଛାଡିଛନ୍ତି । ରାନୁଙ୍କୁ ବେଳାଭୂମୀରେ ଦେଖି ତାଙ୍କ ଫଲୋଅର ବି ବିଭୋର ।

Share

Leave a Reply

Your email address will not be published. Required fields are marked *

12 + sixteen =