ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଣ୍ଡମ୍‌ ଟେଷ୍ଟିଂ

ଭୁବନେଶ୍ୱର: ଆକ୍ସନ ମୋଡ଼ରେ ବିଏମସି । ରାଜ୍ୟରେ ଗତ କିଛି ଦିନ ଧରି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନିଆଯାଉଛି । ଏବେ ଭୁବନେଶ୍ୱରରେ ୧୬୦୦ ଟେଷ୍ଟିଂ କରିବାକୁ ଟାର୍ଗେଟ ରଖିଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ସୂଚନା ଅନୁଯାୟୀ, ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଣ୍ଡମ୍‌ ଟେଷ୍ଟିଂ । ସବୁ ଜୋନରେ ଦୁଇ ଦୁଇଟି ସ୍ଥାନରେ ରାଣ୍ଡମ୍ ଟେଷ୍ଟିଂ କରାଯାଉଛି ।ସେହିଭଳି ସମସ୍ତ ଶିକ୍ଷାନୁଷ୍ଠାନ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ଅନୁରୋଧ କରିଛି ବିଏମ୍‌ସି । ସେହିପରି ବିଏମସିର ଏବେ ଦିନକୁ ୨୦୦୦ ଟେଷ୍ଟିଂ କରିବାର ଲକ୍ଷ୍ୟ ରହିଛି । କିନ୍ତୁ ବର୍ତ୍ତମାନ ଦିନକୁ ୬୦୦ ଆରଟିପିସିଆର ଏବଂ ୧୦୦୦ ଆଣ୍ଟିଜେନ୍ ଟେଷ୍ଟିଂ କରିବାର ଟାର୍ଗେଟ ରଖାଯାଇଛି । ଆଗକୁ ଏହି ସଂଖ୍ୟା ବଢାଯିବାର ଯୋଜନା କରାଯାଉଛି । ସେତିକି ନୁହଁ ଆଗାମୀ ଦିନରେ ମଲ୍ ଏବଂ ମାର୍କେଟରେ ମଧ୍ୟ ଟେଷ୍ଟିଂ କରାଯିବ ବୋଲି ବିଏମସି କମଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five − three =