ସ୍ୱାମୀ ଗିରଫ ହେବା ପରେ ଶାଶୁଶ୍ୱଶୁରଙ୍କୁ ଖୋଜୁଛି ପୋଲିସ

ଓଲିଉଡ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀଙ୍କୁ ଗିରଫ ପରେ ଶାଶୁ ଓ ଶ୍ୱଶୁରଙ୍କୁ ଖୋଜୁଛି ପୋଲିସ । ସେମାନେ କଟକରୁ ଫେରାର ହୋଇଯାଇ ଗିରଫଦାରୀ ଏଡାଇବା ଭୟରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ସେପଟେ କମିଶନରେଟ୍ ପୋଲିସର ଏକ ଟିମ୍ ଉଭୟଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଥାନାରେ ହାଜର ହେବା ପାଇଁ ଦୁଇ ଜଣଙ୍କୁ ନୋଟିସ୍ କରାଯାଇଥିଲେ ମଧ୍ୟ ସେମାନେ ହାଜର ହୋଇନଥିଲେ।
ଗତକାଲି ନିକିତାଙ୍କ ପୋଷ୍ଟମୋର୍ଟ ରିପୋର୍ଟ ଆସିଥିଲା। ସେଥିରେ ଉଚ୍ଚସ୍ଥାନରୁ ତଳକୁ ପଡ଼ି ମୃତ୍ୟୁ ହୋଇଥିବା କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଥିଲେ। ନିକିତାଙ୍କ ବାପା ସନାତନ ବେହେରା ଝିଅକୁ ହତ୍ୟା କରାଯାଇଥିବା କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ସନାତନ ନିକିତାଙ୍କ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନାଁରେ ଅଭିଯୋଗ ଆଣିଥିଲେ। କଟକ ମହାନଦୀବିହାର ସ୍ଥିତ ତାଙ୍କ ବାପା ଘରେ ଥିବା ବେଳେ, ନିକିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନିକିତାଙ୍କୁ ମୃତ ଘୋଷଣା କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × two =