ରାଜ୍ୟକୁ ବଳକା ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର: ରାଜ୍ୟକୁ ବଳକା ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ସାଂସଦ। ଏପର୍ଯ୍ୟନ୍ତ ଯେତିକି ଟଙ୍କା କେନ୍ଦ୍ରରୁ ରାଜ୍ୟକୁ ମିଳିବା ଦରକାର ତାଠାରୁ କମ ଟଙ୍କା ମିଳିଛି। ବଳକା ଥିବା ଟଙ୍କାରେ ରାଜ୍ୟର ହକ୍‌ ରହିଛି ବୋଲି ଦାବି କରିଛନ୍ତି ବିଜେଡ଼ି ସାଂସଦ। ସେଥିପାଇଁ ସେସବୁ ଟଙ୍କାକୁ ରାଜ୍ୟକୁ ଯଥାଶୀଘ୍ର ବଳକା ଟଙ୍କା ଦେବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ବିଜେଡିର ସଂସଦୀୟ ଦଳ। ଦିଲ୍ଲୀ ଯାଇ ଗୋଟିଏ ଦିନରେ ଦୁଇ ଦୁଇ ଜଣ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ। ତେବେ ବଳକା ଥିବା ଟଙ୍କାର ପୁରା ଚିଠା ବିଜେଡ଼ି ସାଂସଦ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦାବି ପତ୍ରରେ ବର୍ଣ୍ଣନା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

17 − 4 =