୮ ଜିଲ୍ଲା ସତର୍କ ରୁହ

ଭୁବନେଶ୍ୱର()  ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳ ବର୍ଷା ହୋଇଛି । ଏବେ ଦୁଇ ଦିନ ପାଗ ଶୁଖିଲା ରହିବାକୁ ଥିବା ବେଳେ ସେପ୍ଟେମ୍ବର ୧ ତାରିଖରୁ ପୁଣିଥରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ସହ ରାଜ୍ୟର କିଛି ଜିଲ୍ଳାରେ ଘୂର୍ଣ୍ଣିଝଡ଼ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୮ଜିଲ୍ଲା ଗୁଡ଼ିକ କେନ୍ଦୁଝର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତସିଂହପୁର, ସୁନ୍ଦରଗଡ଼ ଓ ଗଜପତି ।

Share

Leave a Reply

Your email address will not be published. Required fields are marked *

9 − six =