ସଙ୍କଟରେ କର୍ଣ୍ଣାଟକ ମେଣ୍ଟ ସରକାର

ବେଙ୍ଗାଲୁରୁ()   ସଙ୍କଟରେ କର୍ଣ୍ଣାଟକ ମେଣ୍ଟ ସରକାର ।କୁମାର ସ୍ବାମୀଙ୍କ ଅନୁପସ୍ଥିତିରେ ଇସ୍ତଫା ଦେଲେ ୧୩ ବିଧାୟକ ।  କଂଗ୍ରେସ ଓ ଜେଡିଏସ୍ ର ମୋଟ୍ ୧୩ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ବାଚସ୍ପତିଙ୍କ ଅନୁପସ୍ଥିତିରେ ସଚିବଙ୍କୁ ସେମାନେ ଇସ୍ତଫା ପତ୍ର ପଠାଇଛନ୍ତି । ଫଳରେ ମେଣ୍ଟ ସରକାର ଏକ ପ୍ରକାର ଭାଙ୍ଗିବା ପ୍ରାୟ ନିଶ୍ଚିତ ହୋଇ ସାରିଛି । ପୂର୍ବରୁ କଂଗ୍ରେସର ୮୦ ଓ ଜେଡିଏସର ୩୭ ବିଧାୟକଙ୍କୁ ନେଇ କର୍ଣ୍ଣାଟକରେ ସରକାର ଗଠନ କରିଥିଲେ କୁମାରସ୍ୱାମୀ ।

ତେବେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ମ୍ୟାଜିକ ନମ୍ବର ୧୧୩ ଥିବା ବେଳେ, ପୂର୍ବରୁ କଂଗ୍ରେସର ୨ ବିଧାୟକ ଇସ୍ତଫା ଦେଇଥିଲେ ଆଉ ଜଣେ ବିଧାୟକଙ୍କୁ ବହିଷ୍କାର କରିଥିଲା ଦଳ । ଏବେ ୧୩ ଜଣ ବିଧାୟ ଇସ୍ତଫା ଦେବା ପରେ କୁମାର ସ୍ବାମୀ ସରକାରରେ ସଙ୍କଟ ଘନେଇ ଆସିଛି । ଏପଟେ ବିଜେପି ପାଖରେ ୧୦୫ ଜଣ ବିଧାୟକ ଅଛନ୍ତି । ତେବେ ଏହାଭିତରେ କଣ ହେବ କର୍ଣ୍ଣାଟକରେ ରାଜନୈତିକ ପାଣିପାଗ ତାହା ଏବେ ସବୁଠୁ ବଡ ପ୍ରଶ୍ନ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

15 + 15 =