ଅମ୍ଫନ ନେଇ ମୋଦି କରିବେ ସମୀକ୍ଷା

ନୂଆଦିଲ୍ଲୀ() ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିବେ । ଏନେଇ ଅପରାହ୍ନ ୪ଟାରେ ଉଚ୍ଚସ୍ତରୀୟ ବୈଠକ ହେବ । ଗୃହମନ୍ତ୍ରାଳୟ ଓ ଏନଡ଼ିଏମଏ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଏନେଇ ଟ୍ୱିଟ ଯୋଗଗେ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ଅନ୍ୟପେଟ ବାତ୍ୟା ଅମ୍ଫନ ଶକ୍ତିଶାଳୀ ହେବାରେ ଲାଗିଛି । ୧୨ଘଣ୍ଟା ଭିତରେଏହା ସୁପର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି । ସମୁଦ୍ର ଭିତରେ ୧୨ଘଣ୍ଟା ଯାଏଁ ଶକ୍ତିଶାଳୀ ହେବ । ସମୁଦ୍ର ଭିତରେ ପବନର ବେଗ ୨୩୦ରୁ ୨୪୦ କିଲୋମିଟର ରହିପାରେ । ଆସନ୍ତାକାଲି ସକାଳ ପରଠାରୁ ଏହା କ୍ରମଶଃ ଦୁର୍ବଳ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଘଣ୍ଟାପ୍ରତି ୧୩କିଲୋମିଟର ବେଗରେ ବାତ୍ୟା ଗତି କରୁଛି ।

Share

Leave a Reply

Your email address will not be published. Required fields are marked *

3 × one =