ସ୍କାନରରେ ବୈଜୟନ୍ତ : ଅଜ୍ଞାତ ବିଦେଶୀ ଶତ୍ରୁଙ୍କ ଠାରୁ ଆଣିଛନ୍ତି 17.72 କୋଟି

ନୂଆଦିଲ୍ଲୀ () ବିଜେଡିର ପୂର୍ବତନ ସାଂସଦ ଓ ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡାଙ୍କ ବିରୋଧରେ ଆସିଛି ଆର୍ଥିକ ଅନିୟମିତତା ଓ ଟିକସ ଫାଙ୍କି ଭଳି ସଙ୍ଗୀନ ଅଭିଯୋଗ । ଆୟକର ବିଭାଗ ନିକଟରେ ଏଭଳି ଅଭିଯୋଗ ଦାଖଲ ହେବା ପରେ ଏନେଇ ଖୋଳତାଡ ଆରମ୍ଭ ହୋଇଛି ।

ଏକ ଜାତୀୟ ଗଣମାଧ୍ୟମରେ ଏ ସଂପର୍କରେ ଖବର ପ୍ରକାଶ ପାଇଥିବା ବେଳେ ବୈଜୟନ୍ତ ପଣ୍ଡା ସଂପୃକ୍ତ ଗଣମାଧ୍ୟମକୁ ଇମେଲରେ ସ୍ପଷ୍ଟିକରଣ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ଠକେଇ କଥା କୁହାଯାଉଛି ତାହା ଦୁଇ ଦଶନ୍ଧି ପୁରୁଣା ଏବଂ ପରବର୍ତ୍ତି ସମୟରେ ଏନେଇ ଆବଶ୍ୟକ ଅନୁପତିପତ୍ର ଗ୍ରହଣ କରାଯାଇଛି ।

ନିସ୍ତେଜ କମ୍ପାନୀ ବାଟେ ଅଜ୍ଞାତ ବିଦେଶୀ ସୂତ୍ରରୁ ସେମାନଙ୍କ ପାଖକୁ ଆସିଛି ୧୭.୭୨ କୋଟି ଟଙ୍କା ଆସିଥିବା ଅଭିଯୋଗ ହୋଇଛି । ଏହି ଟଙ୍କାରେ ସେୟାର ବଦଳାଇ ତାହାକୁ ଅତ୍ୟନ୍ତ କମ ମୂଲ୍ୟରେ ନିଜ ବ୍ୟବସାୟ ସଂସ୍ଥାରେ ଖଟାଇଛନ୍ତି । ବୈଜୟନ୍ତ ଓ ଜାଗିଙ୍କ ଏହି କାରବାରରେ ସେମାନଙ୍କ ଅନ୍ତରଙ୍ଗ ବ୍ୟବସାୟ ସହଯୋଗୀ ଶ୍ରୀମତୀ ମଞ୍ଜୁଳା ଦେବୀ ଶ୍ରଫ ସାମିଲ ଅଛନ୍ତି । ଆୟକର ବିଭାଗ ପାଖରେ ଏହି ଅଭିଯୋଗ ପହଞ୍ଚିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି । ପ୍ରିଭେନସନ୍ ଅଫ ମନି ଲଣ୍ଡରିଂ ଆକ୍ଟ, ବ୍ଲାକ୍ ମନି ଆକ୍ଟ ଏବଂ ଇନକମ୍ ଟାକ୍ସ ଆକ୍ଟରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ ।

ଟାକସ ପାଙ୍କିର ଭୂସ୍ବର୍ଗ ବୋଲି କୁହାଯାଉଥିବା ବାହାମସରେ ବୈଜୟନ୍ତ ଓ ଜାଗି ଫିନଲେ, ମେସିନା ଏବଂ ପିକିକା ନାମରେ କେବଳ କାଗଜ କଲମରେ ତିନୋଟି କମ୍ପାନୀ ଚଳାଉଥିଲେ । ବାହାମସ ରେଜିଷ୍ଟ୍ରାର ଅଫ କମ୍ପାନୀଜ୍ ରେକର୍ଡ ଅନୁଯାୟୀ, ଫିନଲେ କର୍ପୋରେସନ ଲିମିଟେଡ଼, ମେସିନା କର୍ପୋରେସନ ଏବଂ ପିକିକା ଲିମିଟେଡ଼ ନାମରେ ତିନୋଟି ସଂସ୍ଥା ସମାନ ଠିକଣାରେ ନାସାଉ, ବାହାମସରେ ଯଥାକ୍ରମେ ୧୯୯୩,୧୯୯୫ ଏବଂ ୨୦୦୩ ମସିହାରେ ପଂଜିକୃତ ହୋଇଥିଲେ । ଯାହାର ଏଜେଣ୍ଟ ହେଉଛନ୍ତି କର୍ପୋରେଟ ସର୍ଭିସେସ ଇଣ୍ଟରନ୍ୟାସନାଲ୍ ଲିମିଟେଡ଼ । ଠିକଣା କିନ୍ତୁ ଗୋଟିଏ, ନାସୁ, ବାହାମସ । ଅଫିସରେ କାର୍ଯ୍ୟକରୁଥିବା ସମସ୍ତେ ଜାଲ ।

ଏହି ଜାଲ କମ୍ପାନୀ ଜରିଆରେ ସେମାନେ ନିଜର କଳାଟଙ୍କାକୁ ଧଳା କରୁଥିଲେ । ମାତ୍ର ଦୁଇ ଡଲାରର ପେଡ଼ ଅପ କ୍ୟାପିଟାଲ ଥିବା ଏହି କମ୍ପାନୀ ବୈଜୟନ୍ତ ଓ ଜାଗିଙ୍କ ଓରଟେଲ ଓ ଓଟିଭିରେ ୧୭ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି । ଏହି ତିନୋଟି ବାହାମସ କମ୍ପାନୀ କେବଳ ପଣ୍ଡା ବ୍ୟବସାୟରେ ଟଙ୍କା ଖଟାଇଥିବା ବେଳେ ଅନ୍ୟ କୌଣସି ଭାରତୀୟ ବ୍ୟବସାୟରେ ଟଙ୍କା ଖଟାଇ ନାହାନ୍ତି । ରେକର୍ଡ ଦର୍ଶୋଉଛି, ଦିଲ୍ଲୀ ଠିକଣାରେ ପରିଚିତ ଶ୍ରୀମତୀ ମଞ୍ଜୁଳା ଦେବୀ ଶ୍ରଫ ୧୯୯୪ ଜୁଲାଇରୁ ଫିନଲେ କର୍ପୋରେସନ୍ ଏବଂ ୧୯୯୫ ଜାନୁଆରୀରୁ ମେସିନା କର୍ପୋରେସନର ପାୱାର ଅଫ ଆଟର୍ଣ୍ଣି ରଖିଛନ୍ତି ।

ଶ୍ରୀମତୀ ଶ୍ରଫ ହେଉଛନ୍ତି ପଣ୍ଡା ପରିବାରର ଘନିଷ୍ଠ ବ୍ୟବସାୟିକ ସହଯୋଗୀ । ଜାଗି ମଙ୍ଗତ ପଣ୍ଡାଙ୍କ ପରିଚାଳନାରେ ଥିବା ଓଟିଭିର ସେ ଜଣେ ନିର୍ଦ୍ଦେଶିକା । ଦେବାଳିଆ ଅବସ୍ଥାକୁ ଆସିଥିବା ପଣ୍ଡାଙ୍କ ଓରଟେଲ କମ୍ୟୁନିକେସନ ସଂସ୍ଥାରେ ବୈଜୟନ୍ତ, ଜାଗିଙ୍କ ସହ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ସେ ମଧ୍ୟ ଥିଲେ ନିର୍ଦ୍ଦେଶିକା ।

୧୯୯୫ ରୁ ୨୦୦୭ ମସିହା ମଧ୍ୟରେ ତିନି ବାହାମସ୍ କମ୍ପାନୀ- ଫିନଲେ କର୍ପୋରେସନ୍ ଲିମିଟେଡ଼, ମେସିନା କର୍ପୋରେସନ୍ ଏବଂ ପିକିକା ଲିମିଟେଡ଼ ସିଧାସଳଖ ନିଜେ ଏବଂ ସେମାନଙ୍କ ଭାରତୀୟ ସହଯୋଗୀ ଏମଏସ୍ ଟେଲିକମ୍ ଲିମିଟେଡ଼ ଏବଂ କାଲୋରେକ୍ସ ହୋଲ୍ଡିଂସ ପ୍ରାଇଭେଟ ଲିମିଟେଡ଼ ଜରିଆରେ ଓରଟେଲ୍ ସଂସ୍ଥାରେ ସମୁଦାୟ ୧୭.୭୨ କୋଟି ଟଙ୍କା ପୁଞ୍ଜି ଖଟାଇଥିଲେ । ଇକ୍ୱିଟି, ପ୍ରିଫରେନ୍ସ ସେୟାର୍ ଏବଂ ଋଣ ପ୍ରଦାନ ଆକାରରେ ଏହି ପୁଞ୍ଜି ବିନିଯୋଗ ହୋଇଥିଲା । ଉଭୟ ଏମଏସ୍ ଟେଲିକମ୍ ଏବଂ କାଲୋରେକ୍ସ ହୋଲ୍ଡିଂସର ଜଣେ ନିର୍ଦ୍ଦେଶିକା ଥିଲେ ଶ୍ରୀମତୀ ମଞ୍ଜୁଳା ଦେବୀ ଶ୍ରଫ ।

ବାହାମସ୍ କମ୍ପାନୀ ଏବଂ ସହଯୋଗୀଙ୍କ ଦ୍ବାରା ଓରଟେଲରେ ବିନିଯୋଗ ହୋଇଥିବା ୯.୪୬ କୋଟିର ସେୟାରକୁ ପଣ୍ଡା ପରିବାର ସେମାନଙ୍କ ମାଲିକାନାରେ ଥିବା ବ୍ୟବସାୟିକ ସଂସ୍ଥା ପଣ୍ଡା ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ଏବଂ ମେଟ୍ରୋ ସ୍କାଏନେଟ୍ ଲିମିଟେଡ଼ ଜରିଆରେ ମାତ୍ର୧.୬୮ କୋଟି ଟଙ୍କାରେ କିଣି ନେଇଥିଲେ  । ସେହିପରି ଫିନଲେ ସଂସ୍ଥାର ସବୁତକ ପ୍ରିଫରେନ୍ସ ସେୟାରକୁ ୨୦୧୦ ଡିସେମ୍ବରରେ ଓଟିଭି ସଂସ୍ଥା ରେ ଲଗାଯାଇଥିଲା । ଇତିମଧ୍ୟରେ ୨୦୧୧ ଜୁଲାଇରେ ପିକିକା ଏବଂ ୨୦୧୩ ଫେବୃଆରୀରେ ମେସିନା ସଂସ୍ଥା ଭାଙ୍ଗି ଯାଇଥିଲା । ୨୦୧୮ ମାର୍ଚ୍ଚରେ ଫିନଲେ ସଂସ୍ଥା ଭାଙ୍ଗିଗଲା । ତେବେ ଶ୍ରୀମତୀ ମଞ୍ଜୁଳା ଶ୍ରଫ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − 1 =