ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ

ଭୁବନେଶ୍ୱର()  ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଯେଉଁସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ସେହିସବୁ ଜିଲ୍ଲାରେ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି  । କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ସୁନ୍ଦରଗଡ଼ ଓ ଦେବଗଡ଼ ପାଇଁ ରେଡ଼ ୱାର୍ଣ୍ଣିଂ ଜାରି ହୋଇଛି  । ଏହିସବୁ ଜିଲ୍ଳାରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭାଙ୍ଗିବା, ମାଟି ଅତଡ଼ା ଧସିବାର ଆଶଙ୍କା ରହିଛି  । ସେହିପରି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି  । ଖାଲି ସେତିକିନୁହେଁ, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ  । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାମାନଙ୍କରେ ମଧ୍ୟ ପାଣି ଜମିବା ସହ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ପ୍ରକାଶ ପାଇଛି  । ଅପରପକ୍ଷରେ କେତେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ।

Share

Leave a Reply

Your email address will not be published. Required fields are marked *

sixteen − ten =