ଆମେ ରାଜ୍ୟ ସରକାରଙ୍କ ସହ ମିଶି କରୋନା ସହ ଲଢ଼େଇ କରୁଛୁ

ନୂଆଦିଲ୍ଲୀ ()ବିଜେପିର ୪୦ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ପୁରା ବିଶ୍ୱ କଠିନ ସମୟ ଦେଇ ଗତି କରୁଛି । ଏବେ ସମଗ୍ର ମାନବ ଜାତି ଉପରେ ସଙ୍କଟ ଆସିଛି । ବିଜେପି ଦଳ ଅନେକ ତ୍ୟାଗ ଓ ବଳିଦାନ ଦେଇଛି ବୋଲି ମୋଦି କହିଛନ୍ତି । ଆମକୁ ସଂଗଠନ, ସମର୍ପଣ ଓ ସେବାର ମନ୍ତ୍ର ମିଳିଛି ବୋଲି ସେ କହିଛନ୍ତି । କରୋନା ସହ ଲଢ଼େଇରେ ବିଶ୍ୱ ଆଗରେ ଭାରତ ଉଦାହରଣ ସୃଷ୍ଟି କରିଛି । ଆମେ ରାଜ୍ୟ ସରକାରଙ୍କ ସହ ମିଶି କରୋନା ସହ ଲଢ଼େଇ କରୁଛୁ ବୋଲି ମୋଦି କହିଛନ୍ତି । କରୋନା ସହ ଲଢ଼େଇରେ ଡ଼ବ୍ଲୁଏଚଓ ମଧ୍ୟ ଆମ ଦେଶର ପ୍ରଶଂସା କରିଛି । ଗତକାଲି ରାତିରେ ଦେଶର ବିରାଟ ରୂପର ଦର୍ଶନ ମିଳିଥିଲା । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଦେଶ ଓ ମାନବ ସେବାର ଦାୟିତ୍ୱ ରହିଛି । ଆମ ପାଇଁ ଦେଶ ଦଳଠାରୁ ଉଦ୍ଧ୍ୱର୍ରେ ବୋଲି ମୋଦି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − nine =