ନନ୍ଦନକାନନରେ ବାଘର ମୃତ୍ୟୁ

ସ୍ଥାନୀୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଗୋଟିଏ ବାଘର ମୃତ୍ୟୁ ଘଟିଛି । ବାଘଟିର ନାମ ରୋଶନ ହୋଇଥିବା ବେଳେ ୨୦୦୨ ମସିହାରେ ଜନ୍ମ ହୋଇଥିଲା । ରୋଶନ ଟି୍ରପନସମିଅସିସ ରୋଗରେ ପୀଡିତ ହୋଇଥିଲା । ଯାହାଫଳରେ ତାର ଦୃଷ୍ଟିଶକ୍ତି ଚାଲିଯାଇଥିଲା । ଏହି ବାଘର ଔରସରୁ ୧୦ଟି ଶାବକ ଜନ୍ମ ହୋଇଥିଲେ ହେଲେ ଏମାନଙ୍କ ମଧ୍ୟରୁ ୨୦୧୧ ମସିହାରେ ୫ଟି ଶାବକଙ୍କର ମୃତୁ୍ୟ ଘଟିଥିଲା । ଗତ ୪ ତାରିଖରୁ ବାଘଟି ପାରାଲିସିସରେ ଆକ୍ରାନ୍ତ ହୋଇଥିଲା । ଯାହାଫଳରେ ସେ ଉଠିପାରୁନଥିଲା ଏବଂ ନନ୍ଦନକାନନର ପ୍ରାଣି ବିଶେଷଜ୍ଞ ତାହାର ଚିକିସ୍ôା ଜାରି ରଖିଥିଲେ । ହେଲେ ରୋଶନ କିଛି ଦିନ ହେବ ଖାଇବାପିଇବା ଛାଡିଦେଇଥିଲା । ଆଉ ବୁଧବାର ସେ ଆଖିବୁଜି ଦେଇଥିଲା ।

Share

Leave a Reply

Your email address will not be published. Required fields are marked *

seven + four =