ବନ୍ଦରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦେଶ

ଭୁବନେଶ୍ୱର () ଆସନ୍ତାକାଲିର ବନ୍ଦର ଡାକରା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସବୁ ଜିଲ୍ଲାପାଳମାନଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ ଚିଠି ଲେଖି ଜିଲ୍ଲାସ୍ତରରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଦ ସମୟରେ ଆନ୍ଦୋଳନାକରୀ ରେଳ ଚଳାଚଳ ଓ ଯାନବାହନକୁ ବନ୍ଦ କରିବା ସହ ସରକାରୀ ଅଫିସ, ବ୍ୟାଙ୍କ୍ ଓ ଶିକ୍ଷାନୁଷ୍ଠାନକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଟା କରିବେ ବୋଲି ଆଶଙ୍କା ପ୍ରକାଶ ପାଉଛି । ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଅତ୍ୟାବଶ୍ୟକ ସେବା ଯେଭଳି ପ୍ରଭାବିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଅଧିକାରୀମାନେ ସକାଳ ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen + 20 =