ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆଜିଠାରୁ

ପୁରୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । କୋରୋନା ଯୋଗୁଁ ଚାରି ମାସରୁ ଅଧିକ ସମୟ ବନ୍ଦ ରହିଥିଲା ଶ୍ରୀମନ୍ଦିର । ଏହି ମାସ ୧୬ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ବାସିନ୍ଦା ଜଗା ଦର୍ଶନ କରିଥିଲେ । ସୋମବାରଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କୋଭିଡଗାଇଡ୍ ଲାଇନ୍ ଅନୁଯାୟୀ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ସକାଳ ୭ଟାରୁ ସଂଧ୍ୟା ୭ ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କିନ୍ତୁ ପ୍ରତି ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ । ଏହି ଦୁଇ ଦିନ ମନ୍ଦିରକୁ ସାନିଟାଇଜ୍ କରାଯିବ। ଭକ୍ତମାନେ କୋଭିଡ ଆରଟିପିସିଆର୍ ନେଗେଟିଭ ରିପୋର୍ଟ ବା ଦୁଇଟି ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇ ଭିତରକୁ ପ୍ରବେଶ କରିବେ । ତେବେ ସର୍ବସାଧାରଣ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

Share

Leave a Reply

Your email address will not be published. Required fields are marked *

5 − 2 =