ଆସିଲା କରିନାଙ୍କ ‘ଗୁଡ୍ ନ୍ୟୁଜ’ର ଟ୍ରେଲର, ଦେଖନ୍ତୁ ଦମଦାର ଭିଡିଓ

ମୁମ୍ବାଇ() କରିନା କପୁରଙ୍କ ବହୁ ପ୍ରତିକ୍ଷୀତ ଅପ୍ କମିଂ ଫିଲ୍ମ ‘ଗୁଡ୍ ନ୍ୟୁଜ’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି। ୩ମିନିଟ ୨୨ ସେକେଣ୍ଡର ଏହି ଟ୍ରେଲରରେ ଅକ୍ଷୟ ଓ କରୀନାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଏହି ଫିଲ୍ମ ଜରିଆରେ ଅକ୍ଷୟ କୁମାର ଓ କରୀନା କପୁରଙ୍କ ଯୋଡି ୧୦ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଫେରିଛି।

ଫିଲ୍ମ ଗୁଡ଼୍ ନ୍ୟୁଜରେ ଅକ୍ଷୟ କରୀନାଙ୍କ ବ୍ୟତୀତ ଦିଲଜିତ ଦୋସାଞ୍ଝ ଓ କିୟାରା ଆଡଭାଣୀଙ୍କ ଯୋଡି ମଧ୍ୟ ନଜର ଆସିବେ। ରୋମାଣ୍ଟିକ, କମେଡି ଓ ଡ୍ରାମାରେ ଭରପୂର ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ରାଜ ମେହେଟା ତୁଳାଇଥିବା ବେଳେ କରନ ଜୋହର ଏହାର ପ୍ରାଯୋଜନା କରିଛନ୍ତି। ତେବେ ଉକ୍ତ ଫିଲ୍ମ ଡିସେମ୍ବର ୨୭ରେ ରିଲିଜ ହେବ।

Share

Leave a Reply

Your email address will not be published. Required fields are marked *

20 − fourteen =