୨୦୧୯ ରଥଯାତ୍ରା : ପୁରୀବାସୀଙ୍କ ନମନୀୟତାର ନିଦର୍ଶନ

ଭୁବନେଶ୍ୱର () ମାତ୍ର ଦୁଇ ମାସ ତଳେ ଅତି ଭୟଙ୍କର ବାତ୍ୟା ଫନି ପୁରୀ ସହରର ରୂପ ବଦଳାଇ ଦେଲାଇଥିଲା । ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ଶ୍ରୀଜଗନ୍ନାଥ କ୍ଷେତ୍ର । ୨୫୦ କିଲୋମିଟରରୁ ଅଧିକ ବେଗରେ ପବନ ପୁରୀ ଓ ଆଖପାଖ ଅଞ୍ଚଳରେ ଖେଳାଇଦେଇଥିଲା ବିପର୍ଯ୍ୟୟର କରାଳ ଚିତ୍ର । ପୁରୀବାସୀ ଏଭଳି ବିଧ୍ୱଂସକାରୀ ବାତ୍ୟା କେବେ ବି ଅନୁଭବ କରିନଥିଲେ । କିନ୍ତୁ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବଦ ଓ ରାଜ୍ୟ ସରକାରଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଦୁଇ ମାସ ମଧ୍ୟରେ ପୁରୀ ସହର ପୁଣି ଥରେ ଏଥର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ପାଇଁ ପ୍ରସ୍ତୁତ ହୋଇଗଲା ।

ଫନୀରେ ପୁରୀର ବିଦ୍ୟୁତ ଭିତ୍ତିଭୂମୀ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଲକ୍ଷାଧିକ ଘର ଭାଙ୍ଗିରୁଜି ଯାଇଥିଲା । ଏହାର ପୁନଃନିର୍ମାଣ କାଠିକର କାମ ଥିଲା । ପୁରୀବାସୀଙ୍କ ସହ ରାଜ୍ୟ ସରକାର ଓ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ପୁରୀରେ ଏହି ଚିତ୍ର ନିରାଶା ସୃଷ୍ଟି କରିଥିଲା । ହେଲେ ଘୋଷ ଯାତ୍ରା ପୂର୍ବରୁ ପୁରୀର ପୁର୍ନଜୀବନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ପ୍ରଶାସନ ଏହି ଦାୟିତ୍ୱ ମୁଣ୍ଡାଇଥିଲା । ସାରା ବିଶ୍ୱକୁ ରାଜ୍ୟର ଦୃଢ ଇଚ୍ଛାଶକ୍ତିର ପ୍ରଦର୍ଶନ କରିଥିଲା । ରାଜ୍ୟ ସରକାର ମଧ୍ୟ ଜିଲ୍ଲା ପ୍ରଶାସନକୁ ସହାୟତର କୌଣସି ସୁଯୋଗ ଛାଡିନଥିଲା । ସବୁ ପ୍ରତିକୂଳ ପରିସ୍ଥିତର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ସବୁ ପ୍ରକାର ସହଯୋଗ ଯୋଗଇଥିଲେ ସରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପୁରୀର ପୁର୍ନଗଠନ ଓ ପୁନଃନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ନିଜେ ପୁରୀରେ ସ୍ଥିତିର ଆକଳନ କରି ନିୟମିତ ଭାବେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗକୁ ତତ୍ପର କରିବାକୁ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥିଲେ । ରଥଯାତ୍ରା ପ୍ରସ୍ତୁତିର ଦୁଇଟି ରଥ ସମନ୍ୱୟ ବୈଠକରେ ଯୋଗ ଦେଇ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ ।

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅଦମ୍ୟ ଇଚ୍ଛାଶକ୍ତି ଏବଂ ସର୍ବୋପରୀ ପୁରୀବାସୀଙ୍କ ଭରପୁର ସହଯୋଗ ଯୋଗୁଁ ଆଜି ଶ୍ରୀକ୍ଷେତ୍ର ସାରା ବିଶ୍ୱକୁ ନିଜର ନମନୀୟତାର ପରିଚୟ ଦେଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ ପୁଣି ଥରେ ଛିଡା ପ୍ରସ୍ତୁତ ହୋଇଛି ପୁରୀ । ବାତ୍ୟା ପୁରୀର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା ବେଳେ ଏବେ ଏହା ସପୁର୍ଣ୍ଣ ରୂପେ ଏକ ନୂଆ ସହରର ରୂପ ନେଇଛି ।

ବାତ୍ୟାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି । ଲୋକଙ୍କ ଅର୍ଥନୀତି ଭାଙ୍ଗିଯାଇଛି । ଏଭଳିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱରେ ପୁରୀ ପୁନର୍ଗଠନ ଦାୟିତ୍ୱରେ ଥିବା ଟିମ ପୁଣି ଥରେ ବିଶ୍ୱକୁ ଦେଖାଇ ଦେଇଛି ଯେ, ଦୃଢ ଇଚ୍ଛାଶକ୍ତି ଦ୍ୱାରା ସବୁକିଛି ସମ୍ଭବ । ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥ ସବୁସମୟରେ ରାଜ୍ୟବାସୀଙ୍କ ଦୁଃଖକଷ୍ଟ ସହ ଅଛନ୍ତି । ସେହିଁ ଏହି ଅସମ୍ଭବକୁ ସମ୍ଭବ କରିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଶକ୍ତି ଓ ସାମର୍ଥ୍ୟ ଯୋଗଇଛନ୍ତି ।

କେବଳ ପୁରୀରେ ବିଦ୍ୟୁତ ଭିତ୍ତିଭୂମୀର ପୁନଃନିର୍ମାଣ ଶେଷ ହୋଇନି, ପ୍ରଭାବିତ ଲୋକେ ନିଜ ନିଜ ଘର ତିଆରି କାମ ଆରମ୍ଭ କଲେଣି । ହୋଟେଲ ଶିଳ୍ପ ବି ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା ବେଳେ ରଥ ପୂର୍ବରୁ ହୋଟେଲ ବ୍ୟବସାୟୀମାନେ ପୁଣି ଥରେ ନିଜ ବ୍ୟବସାୟ ଛିଡା କରାଇପାରିଛନ୍ତି । ରାସ୍ତାଘାଟର ପୁନଃନିର୍ମାଣ ଓ ଅନ୍ୟାନ ମୌଳିକ ଭିତ୍ତିଭୂମୀର ମରାମତି କାର୍ଯ୍ୟ ବି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ।

Share

Leave a Reply

Your email address will not be published. Required fields are marked *

seventeen − nine =