ଦୀପାବଳିରେ ପୟା ଶ୍ରାଦ୍ଧ ଉପରେ କଟକଣା

ପୁରୀ()  ଦୀପାବଳିରେ ହେଉଥିବା ପୟା ଶ୍ରାଦ୍ଧ ଉପରେ ପ୍ରଶାସନ କଟକଣା ଲଗାଇଛି । ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ ବୋଲି ସୂଚନା ରହିଛି । ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି । ତେବେ ଶ୍ରଦ୍ଧାଳୁମାନେ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ଅନୁରୋଧ କରିଛି ପ୍ରଶାସନ । ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ଏପରି କଟକଣା ଲଗାଇଛି ।  ଏହି କଟକଣା ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen + 14 =