କଂଗ୍ରେସ ନେତା ସଚିନ ପାଇଲଟଙ୍କୁ କରୋନା

ଜୟପୁର()  କଂଗ୍ରେସ ନେତା ସଚିନ ପାଇଲଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୋସିଆଲ ମିଡିଆ ସାଇଟ ଟ୍ୱିଟ୍ଟର ଜରିଆରେ ପାଇଲଟ ଏହି ସୂଚନା ପ୍ରଦାନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ ଆଇସୋଲେସନରେ ରହିଥିବା ନେଇ ପାଇଲଟ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ପରୀକ୍ଷଣ କରାଇ ନେବା ନେଇ ପରାମର୍ଶ ଦେଇଛନ୍ତି ପାଇଲଟ । ପାଇଲଟଙ୍କ ଟ୍ୱିଟ ପରେ କଂଗ୍ରେସର ବିଭିନ୍ନ ନେତା ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବାଚସ୍ପତି ସିସି ଯୋଶ ମଧ୍ୟ ଟ୍ୱିଟ କରି ଆରୋଗ୍ୟ କାମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 5 =