ରାଜ୍ୟରେ ୨୦୭୪ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୧୯୨ ଓ ସ୍ଥାନୀୟ ସଂକ୍ରମିତ ୮୮୨ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୯, ବାଲେଶ୍ୱର ୧୧୫, ବରଗଡ ୩୮, ଭଦ୍ରକରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ବଲାଙ୍ଗିରରୁ ୧୭, ବଉଦ ୧୨ ଓ କଟକରୁ ୨୮୩ ଚିହ୍ନଟ ହୋଇଥିବା ଜଣାଯାଇଛି।

ରାଜ୍ୟର ଦେବଗଡ ଜିଲାରୁ ୩, ଢେଙ୍କାନାଳ ୬୧, ଗଜପତି ୩, ଗଞ୍ଜାମ ୫, ଜଗତସିଂହପୁର ୯୯, ଯାଜପୁର ୧୨୦, ଝାରସୁଗୁଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ ୫, କନ୍ଧମାଳ ୧୯, କେନ୍ଦ୍ରାପଡା ୫୮, କେନ୍ଦୁଝର ୪୬ ଓ ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି କୋରାପୁଟରୁ ୧୦, ମାଲକାନଗିରି ୪୭, ମୟୁରଭଞ୍ଜ ୧୧୫, ନବରଙ୍ଗପୁର ୧୦, ନୟାଗଡରୁ ୫୮ ଜଣ ଚିହ୍ନଟ ହୋଇଛନ୍ତି। ନୂଆପଡା ଜିଲାରୁ ୪, ପୁରୀ ୧୩୩, ରାୟଗଡା ୧୬, ସମ୍ବଲପୁର ୩୦, ସୋନପୁର ୯, ସୁନ୍ଦରଗଡ ୫୬ ଏବଂ ଷ୍ଟେଟପୁଲରୁ ୮୫ ଜଣଙ୍କୁ ଚିହ୍ନଟ କରାଯାଇଛି।

ରାଜ୍ୟରେ ଏପର‌୍ୟ୍ୟନ୍ତ ମୋଟ ୧୪୭୭୨୯୩୮ ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ଓଡ଼ିଶାରେ କରୋନାରୁ ମୋଟ ୯୧୮୦୪୧ ସୁସ୍ଥ ହୋଇସାରିଛନ୍ତି। ସଂପ୍ରତି ରାଜ୍ୟରେ ୨୨୮୬୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

14 + ten =