ପ୍ରିମିୟର ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସୁବିଧା

ଭୁବନେଶ୍ବର () : ଏଣିକି ଓଡିଶା ବାହାରେ ରହୁଥିବା ଓଡିଆ ଲୋକେ ବି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ ପାଇବେ । ବାହାର ରାଜ୍ୟର ସରକାରୀ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ଚିକିତ୍ସା ଖର୍ଚ୍ଚ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦାଖଲ କରାଯିବ ।

ସେହିଭଳି ଟାଟା ମେମୋରିଆଲ, ସିଏମସି ଭେଲୋର, ନାରାୟଣ ହୃଦାଳୟ ଆଦି ଦେଶର ସମସ୍ତ ପ୍ରମୁଖ ଚିକିତ୍ସାଳୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । କ୍ୟାନସର, ହାର୍ଟ ଓ କିଡନି ଆଦି ରୋଗର ଚିକିତ୍ସା ପାଇଁ ହିତାଧିକାରୀଙ୍କ ପାରିବାରିକ ଆୟର ସୀମା ବାର୍ଷିକ 1ଲକ୍ଷ ଟଙ୍କାରୁ 3 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ରାଜ୍ୟ ବାହାରେ ରେହଫେରାଲ ହସ୍ପଟିଲାରେ ଚିକିତ୍ସା ପାଇଁ ଯିବାକୁ ଚାହୁଁଥିବା ରୋଗୀଙ୍କୁ ମାସିକ 2000 ଟଙ୍କା ଯାତାୟତ ଖର୍ଚ୍ଚ ଭାବେ ପ୍ରଦାନ କରାଯିବ । ଏହା ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ଏହି ଘୋଷଣା କରିଛନ୍ତି । ସମୀକ୍ଷାରୁ ଜଣାପଡିଛି ଯେ, ଏହି ଯୋଜନା ହିତାଧିକାରୀଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିଛି । ଗତ ଦୁଇ ମାସ ମଧ୍ୟରେ 1 କୋଟି ଦଶ ଲକ୍ଷ କେସରେ ସହାୟତା ଯୋଗାଇ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

three × one =