ବହିଷ୍କାରର ୨୫ ବର୍ଷ ପରେ ମିଳିଲା ଚାକିରୀ

ଭୁବନେଶ୍ବର()  ଦୀର୍ଘ ୨୫ ବର୍ଷ ପରେ ପୋଲିସ୍‌ କର୍ମଚାରୀଙ୍କୁ ନ୍ୟାୟ ମିଳିଛି । ଚାକିରିରୁ ବହିଷ୍କୃତ ପୋଲିସ୍‌ କନଷ୍ଟେବଳଙ୍କୁ ନ୍ୟାୟ ମିଳିଛି । ଗତ ୨୫ ବର୍ଷ ଧରି ଅଦାଲତରେ ସଂଘର୍ଷ କରିବା ପରେ ବିଜୟ ଲାଭ କରିଛନ୍ତି ଦୋଳମଣି ବିଶି । ଚାକିରୀରୁ ବହିଷ୍କାର ହେବାର ୨୫ ବର୍ଷ ପରେ ତାଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରିବାକୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ତେବେ ନୋ ଓ୍ବାର୍କ ନୋ ପେ’ ନୀତିରେ ତାଙ୍କୁ ଆର୍ଥିକ ସୁବିଧା ମିଳିବନି ।

ସୂଚନାଯୋଗ୍ୟ, ୧୯୯୩ ମସିହାରେ ଦୋଳମଣି ବିଶି କନେଷ୍ଟବଳ ଭାବେ ଚାକିରି ପାଇଥିଲେ । କିନ୍ତୁ ଉଚ୍ଚତା ୧ ସେମି କମ୍‌ ରହିଥିବା ଦର୍ଶାଇ ୧୯୯୪ ମସିହାରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ଏହାକୁ ନେଇ ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହେବା ସହିତ ବିଭିନ୍ନ ଫୋରମ୍‌ ଯଥା ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ମଧ୍ୟ ନିଜର ପକ୍ଷ ରଖିଥିଲେ । ତା’ପରେ ସେ ଅଦାଲତରେ ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ୨୫ବର୍ଷ ଧରି ସେ ଲଢି ଲଢି ଶେଷରେ ସେ ବିଜୟୀ ହୋଇଛନ୍ତି । ପୋଲିସ୍‌ ମାନୁଆଲ୍‌କୁ ତର୍ଜମା କରି ଅଦାଲତ ଦୋଳମଣି ବିଶିଙ୍କୁ ଚାକିରିର ପୁନଃ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 4 =