ଲାଏ ଡିଟେକସନ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି

ଭୁବନେଶ୍ୱର() ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କେତେ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ ହୋଇ ପାରିନାହିଁ । ଏହି ମାମଲାର ବର୍ତ୍ତମାନ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଏହି ମାମଲାର ଶୀର୍ଷରେ ପହଞ୍ଚିବା ନେଇ ୪ଜଣଙ୍କ ଲାଏ ଡିଟେକସନ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ । ଏହି ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛି ରାଜ୍ୟ ଫରେନସିକ ଲାବ୍ରୋଟୋରୀ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ପିପୁଲ ଫର ସେବା ସଦସ୍ୟ ପପୁ, ବିକାଶ ଓ ଅନ୍ୟ ଜଣଙ୍କର ଲାଏ ଡିଟେକସନ ଟେଷ୍ଟ ହେବ ।

ସେହିପରି କିଛି ଦିନ ତଳେ ଆଦିତ୍ୟକଙ୍କ ଫେସବୁକରେ ହୋଇଥିବା ଶେଷ ପୋଷ୍ଟକୁ ନେଇ ଛାନଭିନ କରୁଥିଲା କ୍ରାଇମବ୍ରାଞ୍ଚ । ଏହାସହ ଫେସବୁକକୁ ଚିଠି ଲେଖଥିଲା କ୍ରାଇମବ୍ରାଞ୍ଚ । କାହା ମୋବାଇଲରେ ପୋଷ୍ଟିଂ ହୋଇଥିଲା ସେନେଇ ଯାଞ୍ଚ ଚାଲିଛି । କାରଣ ବିଦ୍ୟାଶ୍ରୀ ମଧ୍ୟ ତାଙ୍କ ଫେସବୁକ୍ ପାସୱାର୍ଡ଼ ଜାଣିଥିଲେ । ଏହାସହ ୧୦ମାସର କଲ ଡିଟେଲ୍ସ ବାହାର କରିବାକୁ ଚେଷ୍ଟା ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

seven + 8 =