ମାର୍କେଟକୁ ଓହ୍ଲାଇଲେ ପୁଲିସ କମିଶନର

ଭୁବନେଶ୍ୱର()  ଶାରଦୀୟ ପୂଜା ପାଖେଇ ଆସୁଛି । ପୂଜା ମାର୍କେଟ ପାଇଁ ବଜାର ସରଗରମ ହେବ । ଭିଡ଼ ଅସମ୍ଭାଳ ହେବ । ଏମିତିରେ ରାଜଧାନୀରେ କୋହଳ କୋଭିଡ୍‌ କଟକଣା ଚାଲିଥିବା ବେଳେ ପାର୍ବଣ ଋତୁରେ ସ୍ଥିତି ଅଣାୟତ ହୋଇପାରେ । ଏମିତି ଆଶଙ୍କା କମିଶନରେଟ୍‌ ପୁଲିସର ଟେନସନ ବଢ଼ାଇ ଦେଇଛି । ଏନେଇ ଖୋଦ୍‌ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ମାର୍କେଟକୁ ଓହ୍ଲାଇଛନ୍ତି । କିଛି ବଡ ବଜାର ଓ ସପିଂ ମଲ୍‌ ବୁଲି କୋଭିଡ୍‌ କଟକଣା ସ୍ଥିତି ପରଖିଛନ୍ତି । ପୂଜା ବେଳେ ଗହଳି ଦୂରାଇବା ନେଇ ବଜାର କମିଟି ସହ ଆଲୋଚନା କରିଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ସିପି ଡ. ଷଡ଼ଙ୍ଗୀ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହ ସ୍ଥିତି ପରଖିବାକୁ ପୁଲିସ ସେବା ଭବନରୁ ବାହାରିଥିଲେ । ଡିସିପି ଉମାଶଙ୍କର ସାହୁ, ଡିସିପି(ଟ୍ରାଫିକ୍‌) ସୌମ୍ୟା ମିଶ୍ର ଓ ଡିସିପି(ସିକ୍ୟୁରିଟି) ନିର୍ମଳ ଶତପଥୀ ଟିମ୍‌ରେ ସାମିଲ୍‌ ଥିଲେ । ସିପି ପ୍ରଥମେ ମାର୍କେଟ ବିଲ୍ଡିଂ ଓ ୟୁନିଟ୍‌-୧ ହାଟକୁ ଯାଇଥିଲେ । ସେଠାରେ କିଛି ଦୋକାନ ଓ ସୋ ରୁମ୍‌ ଭିତରକୁ ଯାଇଥିଲେ । ସାମାଜିକ ଦୂରତା ଓ ମାସ୍କ ପିନ୍ଧା ନିୟମ କଡକଡି ପାଳନ ହେଉଛି କି ନାହିଁ, ଏନେଇ ସ୍ଥିତି ପରଖିଥିଲେ ।

Share

Leave a Reply

Your email address will not be published. Required fields are marked *

17 − 3 =