କେମିତି ପାଳିବେ ଗ୍ରିନ ଦୀପାବଳି ?

ଆସନ୍ତାକାଲି ଦୀପାବଳି । ଖାଲି ଓଡିଶାରେ ନୁହେଁ ସମଗ୍ର ଦେଶରେ ଦୀପାବଳି ବହୁତ ଧୁମ୍ଧାମ୍ରେ ପାଳନ କରାଯାଏ । ଦୀପାବଳିରେ ବାଣ ଫୁଟାଇଲେ ପରିବେଶ ପ୍ରଦୂଷିତ ହୋଇଥାଏ। ଏଣୁ ଆମେ ଯଦି ଗ୍ରିନ୍ ଦିଓ୍ଵାଲି ବା ସବୁଜ ଦୀପାବଳି ମନାଇବା, ତେବେ ପରିବେଶ ସୁରକ୍ଷା ସମ୍ଭବ। ଏଥିପାଇଁ ଜାଣି ରଖନ୍ତୁ ନିମ୍ନ କଥାଟ୍ଟ
ବାଣ ଫୁଟାନ୍ତୁ ନାହିଁ : ପ୍ରଥମକଥା ହେଲା ବାଣ ଫୁଟାନ୍ତୁ ନାହିଁ। ବିଶେଷକରି ଏଥିରୁ ବିଷାକ୍ତ ଧୂଆଁ ବାହାରି ଦେହ ଓ ମନକୁ ଖରାପ କରିଥାଏ।
ପ୍ଲାଷ୍ଟିକ୍ ବ୍ୟାଗଠାରୁ ଦୂରେଇ ରହନ୍ତୁ : ସବୁଜ ଦୀପାବଳି ମନେଇବା ଲାଗି ପ୍ଲାଷ୍ଟିକ୍ ବ୍ୟାଗ୍ ବା ପଲିଥିନଠାରୁ ଦୂରେଇ ରୁହନ୍ତୁ।
ଗିଫ୍ଟ ପ୍ୟାକ୍ ପାଇଁ ଗ୍ରିନ୍ ରାପର୍ : ଗିଫ୍ଟ ପ୍ୟାକ୍ ପାଇଁ ଆମେ ପ୍ଲାଷ୍ଟିକ ରାପରର ଉପଯୋଗ କରିଥାଉ, ମାତ୍ର ତା’ ସ୍ଥାନରେ ଗ୍ରନ୍ ଫ୍ୟାବ୍ରିକରେ ପ୍ରସ୍ତୁତ ରାପର ବ୍ୟବହାର କରିଲେ ଭଲ।
ଫୁଡ୍ ଓ୍ଵଷ୍ଟେଜ୍ କମ୍ କରନ୍ତୁ : ଦୀପାବଳିରେ ଆମେ ନାନା ପ୍ରକାରର ଖାଦ୍ୟ ଖାଇଥାଉ। ଏଥର ଆମେ ଯଦି ଖାଦ୍ୟକୁ ନ ଫୋପାଡ଼ିବା, ତେବେ ତାହା ବି ହେବ ସବୁଜ ଦୀପାବଳିର ଅଙ୍ଗ। ଯଦି ମିଷ୍ଟାନ୍ନ ବଳୁଛି, ତେବେ ତାକୁ ଗରିବ ପିଲାଙ୍କୁ ବାଣ୍ଟି ଦିଅନ୍ତୁ। ଏହାଫଳରେ ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ।

Share

Leave a Reply

Your email address will not be published. Required fields are marked *

11 + 15 =