ଏନସିବି ସାମ୍ନାରେ ଡ୍ରଗ୍ସ ଚାଟ କଥା ମାନିଲେ ଦୀପିକା

ମୁମ୍ବାଇ() ଏନସିବି ସାମ୍ନାରେ ଦୀପିକା ପାଦୁକୋନ ବଡ଼ ସ୍ୱୀକାରୋକ୍ତିି କରିଛନ୍ତି । କରିସ୍ମା ସହ କରିଥିବା ଡ୍ରଗ୍ସ ଚାଟକୁ ମାନିଲେ ଦୀପିକା । ୨୦୧୭ରେ ହେସ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବା ପାଇଁ କହିଥିଲେ ମ୍ୟାନେଜର କରିସ୍ମା । ପଦ୍ମାବତ ଫିଲ୍ମ ପରେ ମୁମ୍ବାଇ କୋକୋ ରେଷ୍ଟୁରାଣ୍ଟରେ ଡ୍ରଗ୍ସ ପାର୍ଟି ହୋଇଥିବା ନେଇ ସେ ମାନିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆଜି ଦିନ ୧୦ଟାରୁ ଏନସିବିର ୫ଜଣିଆ ଟିମ୍ ଡ୍ରଗ୍ସ ମାମଲା ନେଇ ମ୍ୟାନେଜର କରିସ୍ମା ଓ ଦୀପିକାଙ୍କୁ ପଚରା ଉଚରା କରୁଥିଲା ।

Share

Leave a Reply

Your email address will not be published. Required fields are marked *

8 − four =