ଆସିଲା ଫୁଲୁରୀ ତେଲ

ପୁରୀ: ବଡ଼ ଓଡ଼ିଆ ମଠ ତରଫରୁ ଶ୍ରୀମନ୍ଦିରକୁ ଦିଆଗଲା ଫୁଲୁରୀ ତେଲ । ମହାପ୍ରଭୁଙ୍କ ଗୁପ୍ତ ଅଣସର ନୀତି ଲାଗି ଆସିଛି ଫୁଲୁରୀ ତେଲ । ମଧ୍ୟାହ୍ନ ଧୂପ ପରମ୍ପରା ସରିବା ପରେ ଫୁଲୁରି ତେଲ ମାଲିସ ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ବିଶ୍ୱାସ ରହିଛି ।ଆୟୁର୍ବେଦୀୟ ଉପଚାରରେ ଧୀରେଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଚଳିତବର୍ଷ ୧୫ ଦିନ ପାଇଁ ଅଣସର ନୀତି ପାଳନ ହେବ। ଏବେ ମହାପ୍ରଭୁଙ୍କ ତାଟି ଘରେ ଧଳା ଫୁଲ ଓ ଏକବସ୍ତ୍ର ପରିଧାନ ସହ ଫଳମୂଳ ଭୋଗ ଲାଗି କରାଯାଉଛି। ଗତକାଲି ଶ୍ରୀଅଙ୍ଗ ଫିଟା ନୀତି କରାଯାଇଥିଲା । ସୂଚନା ଥାଉକି, ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ । ଅଣସର ଘରେ ତାଙ୍କର ଉପଚାର ଚାଲିଛି ।

 

Share

Leave a Reply

Your email address will not be published. Required fields are marked *

eighteen − eleven =