ବାଲାଜୀ ଶ୍ରୀବାସ୍ତବ ହେଲେ ଦିଲ୍ଲୀର ନୂଆ ପୋଲିସ କମିଶନର

ନୂଆଦିଲ୍ଲୀ: ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ବାଲାଜୀ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ପୁଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି । ବାଲାଜୀ ଏସ ଏନ ଶ୍ରୀବାସ୍ତବଙ୍କ ସ୍ଥାନ ନେବେ । ଏସଏନ ଶ୍ରୀବାସ୍ତବ ବୁଧବାର ଅବସର ନେବେ । ବାଲାଜୀ ଶ୍ରୀବାସ୍ତବ ଦିଲ୍ଲୀ ପୋଲିସରେ ସତର୍କତା ଶାଖାରେ ବିଶେଷ ଆୟୁକ୍ତ ଥିଲେ । କହିରଖୁଛୁ, ଏସ ଏନ ଶ୍ରୀବାସ୍ତବ ଅତିରିକ୍ତ ଦିଲ୍ଲୀ ପୁଲିସ ଆୟୁକ୍ତ ପଦରେ ଥିଲେ । ତାଙ୍କୁ ଗତ ମାସରେ ଏହି ପଦରେ ନିଯୁକ୍ତ କରାଯାଇଥିଲା । ଗୃହ ମନ୍ତ୍ରାଳୟ ଦ୍ୱାରା ଗତ ମାସରେ ଜାରି ଆଦେଶରେ କୁହାଯାଇଥିଲା ୧୯୮୫ ବୟାଚର ଆଇପିଏସ ଅଧିକାରୀଙ୍କୁ ଆଗାମୀ ଆଦେଶ ଯାଏ ଦିଲ୍ଲୀ ପୁଲିସ ଆୟୁକ୍ତ ପଦରେ କାମ କରିବା ପାଇଁ ମଂଜୁରୀ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

10 − 2 =