ଭୋଟ ବ୍ୟବଧାନ କାହିଁକି କମିଲା: ନବୀନ

ଭୁବନେଶ୍ବର()  ଗତକାଲି ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେଡି ପକ୍ଷରୁ ଭୁବନେଶ୍ୱର ଠାରୁ ଆରମ୍ଭ କରି ପାଟକୁରା ଓ କେନ୍ଦ୍ରାପଡା ପର୍ଯ୍ୟନ୍ତ ସବୁଠାରେ ବିଜୟ ଉସ୍ôବ ପାଳନ କରାଗଲା । ଏହି ନିର୍ବାଚନ ଦାୟୀତ୍ୱରେ ଥିବା ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ ମାନେ ନବୀନ ନିବାସ କୁ ଦୌଡିଲେ । ମୁଖ୍ୟମନ୍ତ୍ରୀଙ୍କୁ ବଧାଇ ଜଣାଇଲେ । ମୁଖ୍ୟମନ୍ତ୍ରୀ ବି ସେମାନଙ୍କୁ ଓ ପାଟକୁରାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ।

ଆଜି କିନ୍ତୁ ନିର୍ବାଚନ ଦାୟୀତ୍ୱରେ ଥିବା ମନ୍ତ୍ରୀ, ବିଧାୟକ ଓ ନେତା ମାନଙ୍କୁ ନବୀନ ନିବାସରୁ ଡାକରା ଆସିଲା ଆଉ ଚାଲିଲା ମାନସମନ୍ଥନ । ପାଟକୁରାରେ ଭୋଟ ହାର କାହିଁକି ଏତେ କମିଲା ସେ ନେଇ ମୁଖ୍ୟମନ୍ତ୍ରୀ ଏହି ନେତା ମାନଙ୍କୁ ପଚାରିବା ସହିତ ସେ ଅଂଚଳରେ ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଅରୁଣ ସାହୁ,ପ୍ରଫୁଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସ ବର୍ମା,ପ୍ରଦୀପ ପାଣିଗ୍ରାହୀ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

5 × 5 =