ସାରୁ ଭିତରେ ମାରୁ କିଏ ?

ଭୁବନେଶ୍ୱର () ଲାଗୁଛି ଆଜିକାଲି ମନ୍ତ୍ରୀ ଓ ବିଭାଗ ଭିତରେ ପୂର୍ବ ଭଳି ତାଳମେଳ ନାହିଁ । ମନ୍ତ୍ରୀ ଗୋଟେ କଥା କହୁଛନ୍ତି, ବିଭାଗ ଆଉଗୋଟେ । ଉଚ୍ଚଶିକ୍ଷା ମନ୍ତ୍ରୀ ନିକଟରେ କହିଲେ ମହାବିଦ୍ୟାଳୟରେ ମୋବାଇଲ ବ୍ୟବହାର ଉପରେ କଟକଣା କରାଯିବ । ବିଭାଗ କହୁଛି ସେଭଳି ସେଭଳି କିଛି ଯୋଜନା ନାହିଁ ।

ଏହି ଅଣତାରକ ଉତ୍ତରରୁ ଏଭଳି ସନ୍ଦେହ ସୃଷ୍ଟି ହେଉଛି । ଏକଥା ବା କାହାକୁ ଅଛପା ଯେ, ଲିଖିତ ଉତ୍ତର ବିଭାଗ ପ୍ରସ୍ତୁତ କରେ, ମନ୍ତ୍ରୀମାନେ କେବଳ ଦସ୍ତଖତ କରନ୍ତି । କେହି ମନ୍ତ୍ରୀ ଲିଖିତ ଉତ୍ତର ପଢିବାକୁ ସମୟ ପାଆନ୍ତିନାହିଁ । ତେଣୁ ଏ ଉତ୍ତରରୁ ଲାଗୁଛି ମନ୍ତ୍ରୀ ଯାହା ବିଚାର କରୁଛନ୍ତି ବା ଘୋଷଣା କରିଛନ୍ତି ତାହା ବିଭାଗ ଜାଣିପାରୁନି, ନା ଜାଣି ଅଜଣା ରହୁଛି ତାହା ସ୍ପଷ୍ଟ ନୁହେଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଶ୍ନକର୍ତ୍ତା ହେଉଛନ୍ତି ମନ୍ତ୍ରୀଙ୍କ ପରମ ମିତ୍ର । ସେ ହେଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ସେ ପୁଣି ଏମିତିକା ପ୍ରଶ୍ନ କାହିଁକି କଲେ ? କିଛି ଗୋଟେ ରହସ୍ୟ ଅଛି ।

Share

Leave a Reply

Your email address will not be published. Required fields are marked *

14 − 1 =