ହାତରେ ନଗଦ 25 ହଜାର, ଋଣ କରିଛନ୍ତି 15 ଲକ୍ଷ ଟଙ୍କା

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ହିଂଜିଲି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ଚାରି ସେଟ ନାମାଙ୍କନପତ୍ର ସହ ନିଜ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଅନୁଯାୟୀ ତାଙ୍କ ପାଖରେ ନଗଦ ମାତ୍ର 25ହଜାର ଟଙ୍କା ଅଛି । ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ 23 ଲକ୍ଷ 26 ହଜାର 554 ଟଙ୍କା । ଫରିଦାବାଦରେ ରହିଛି 22.7 ଏକର ଫାର୍ମ, ଯାହାର ମୂଲ୍ୟ ହେବ 10 କୋଟି 75 ଲକ୍ଷ ଟଙ୍କା ।

ଦିଲ୍ଲୀ ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟରେ ଅଛି 6 ଲକ୍ଷ 50 ହଜାର ଟଙ୍କା । ଭୁବନେଶ୍ୱର ବପୁଜିନଗର ଏସବିଆଇ ଆକାଉଣ୍ଟରେ 14 ଲକ୍ଷ 20 ହଜାର 553 ଟଙ୍କା, ହିଂଜିଲି ଏସବିଆଇର ଦୁଇଟି ଆକାଉଣ୍ଟରେ 7465 ଟଙ୍କା ଅଛି । ନବୀନଙ୍କ ପାଖରେ ଥିବା ଆମ୍ବାସଡର କାରର ବଜାର ଦର 8905 ଟଙ୍କା । 2ଲକ୍ଷ 12 ହଜାର 252 ଟଙ୍କାର ଗହଣା ଓ ରତ୍ନ ପଥର ରହିଛି ।

ତାଙ୍କ ପାଖରେ 23 ଲକ୍ଷ 26 ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । 2017-18 ଆର୍ଥିକ ବର୍ଷରେ ତାଙ୍କର ମୋଟ 21 ଲକ୍ଷ 17 ହଜାର ଟଙ୍କାର ଆୟ ହୋଇଥିବା ବେଳେ ଭଉଣୀ ଗୀତ ମେହେଟାଙ୍କୁ ଠାରୁ 15 ଲକ୍ଷ ଟଙ୍କା ଋଣ ନେଇଛନ୍ତି । ନବୀନଙ୍କ ମୋଟ 63 କୋଟି 64 ଲକ୍ଷ 15 ହଜାର 261 ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ନବୀନ ନିବାସର ଦୁଇ ତୃତୀୟାଂଶ ସେୟାରର ମାଲିକ ନବୀନ । ଏହାର ମୂଲ୍ୟ 9 କୋଟି 52 ଲକ୍ଷ 46 ହଜାର 190 ଟଙ୍କା ବୋଲି ଆକଳନ କରାଯାଇଛି ।

ଦିଲ୍ଲୀ ଅବଦୁଲ କଲାମ ରୋଡ଼ରେ ଯେଉଁ ବାସଗୃହ ରହିଛି ସେଥିରେ ନବୀନଙ୍କ 50 ପ୍ରତିଶତ ସେୟାର ରହିଛି । ଏହାର ଆନୁମାନିକ ବଜାର ମୂଲ୍ୟ 43 କୋଟି 36 ଲକ୍ଷ 18 ହଜାର ଟଙ୍କା । ତାଙ୍କ ନାଁରେ ଗୋଟେ ହେଲେ ଅପରାଧିକ ନଥିବା ବେଳେ ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ 1967ରେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥଲେ ।

Share

Leave a Reply

Your email address will not be published. Required fields are marked *

20 − 6 =