ବିଜେଡି ପ୍ରସ୍ତୁତ କରୁଛି ‘ବାସ୍ତବଧର୍ମୀ’ ଇସ୍ତାହାର

ଭୁବନେଶ୍ବର () 2019 ବିଜେଡି ପ୍ରସ୍ତୁତ କରିବା ଏକ ବାସ୍ତବଧର୍ମୀ ଇସ୍ତାହାର । ଯାହା ପ୍ରତିଶୃତି ଦେବ ପାଳନ କରିବ । ସାଧାରଣ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହେବ ଇସ୍ତାହାର, ଯାହାକୁ ସରକାରକୁ ଆସିଲେ ଦଳ ଶତ ପ୍ରତିଶତ ପାଳନ କରିବ । 2014ରେ ଦିଆଯାଇଥିବା ପ୍ରତିଶୃତି ମୁତାବକ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି, ସେହିସବୁ ଯୋଜନା ମଧ୍ୟରୁ କେଉଁ ଯୋଜନା ସଂପ୍ରସାରିତ ହେବା ଆବଶ୍ୟକ, କେଉଁ ନୂଆ ଯୋଜନା ଆରମ୍ଭ ହେବ ସେନେଇ ଇସ୍ତାହାରରେ ଦିଆଯିବ ପ୍ରତିଶୃତି ।

ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମତାମତ ସଂଗ୍ରହ କରାଯାଇ, ତାର ତର୍ଜମା କରାଯାଉଛି । ଏନେଇ ଆଜି ବିଜେଡି କାର୍ଯ୍ୟାଳୟରେ ବସିଥିଲା ପ୍ରଥମ ବୈଠକ । ଘରେ ଘରେ ଶଙ୍ଖ, କାର୍ଯ୍ୟକ୍ରମ ଜରିଆରେ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ଲାଗି ମତାମତ ନେଇଥିଲା ବିଜେଡି । 2019 ସାଧାରଣ ନିର୍ବାଚନ ପାଇଁ ଦଳର ନିର୍ବାଚନ ଇସ୍ତାହାର କିପରି ହେବ ତାହାର  ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ଦଳର 37 ଜଣ ସଦସ୍ୟ । ଇସ୍ତାହାର କମିଟି ବରିଷ୍ଠ ସଦସ୍ୟ ଆମର ପଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଯୁବ, ମହିଳା ଓ ଛାତ୍ର ଶାଖାର ସଦସ୍ୟ ମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମତାମତ ଉପରେ ଆଲୋଚନା ହୋଇଥିଲା । ଖୁବଶୀଘ୍ର ଲୋକଙ୍କ ମତ ଅନୁସାରେ ଇସ୍ତାହାର ହବ । ଏହାସହ ଓଡ଼ିଶାର ବିକାଶ, କେନ୍ଦ୍ର ଅବହେଳା ଓ ନୂତନ ଓଡିଶା ଗଠନ ଆଦି ପ୍ରସଙ୍ଗକୁ ବିଜେଡି ଇସ୍ତାହାରରେ ଗୁରୁତ୍ବ ଦିଆଯିବ ।

2014ରେ ବିଜେଡି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ସେଗୁଡିକ ସଫଳତାର ସହ ପାଲନ କରାଯାଇଛି । ତେଣୁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ନିଯୁକ୍ତି, ଖାଦ୍ୟ ସୁରକ୍ଷା, ଶିଳ୍ପର ବିକାଶ ଆଦି ସବୁ ଦିଗକୁ ଏବଂ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେଇ ଇସ୍ତାହାର ପ୍ରସ୍ତୁତ ହେବ । ଲୋକଙ୍କ ମତକୁ ଗୁରୁତ୍ବ ଦିଆଯିବ ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସେହିଭଳି ସାଂସଦ ସୌମ୍ୟ ରଞ୍ଜନ ପଟନାୟକ କହିଛନ୍ତି ଯେ, ବିଜେଡି ଯାହା ପ୍ରତିଶ୍ରୁତି ଦିଏ ତାହା ପାଳନ କରେ । 2019 ପାଇଁ ମଧ୍ୟ ସେମିତି ବସ୍ତାବଧର୍ମୀ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 3 =