ନବୀନଙ୍କ ବଡ ପଣ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରକୃତରେ ତାଙ୍କ ବଡ ପଣ ଦେଖାଇଛନ୍ତି । ଦଳରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀଙ୍କ ବିୟୋଗ ପରେ ତାଙ୍କ ବାସଭବନକୁ ଯାଇ ସମବେଦନା ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବିଶେଷ କରି ଦାମ ବାବୁ, ତାଙ୍କ ପୁଅ ଓ ଝିଅଙ୍କୁ ସାନ୍ତ୍ବନା ଦେଇଛନ୍ତି ।

ଦାମ ରାଉତ ବିଜେଡିରେ ଥିବା ସମୟରେ ଦଳର ଆଭିମୁଖ୍ୟ ପରିପନ୍ଥୀ ମତ ମନ୍ତବ୍ୟ ଦେଇ ସବୁବେଳେ ବିବାଦରେ ରହୁଥିଲେ । ଏପରିକି ସରକାରରେ ମନ୍ତ୍ରୀ ଥାଇ ବି ଅନ୍ୟ ମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଉଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଲେ । ଦଳରୁ ବହିଷ୍କୃତ ହେବା ପରେ ସେ ସିଧାସଳଖ ନବୀନ ପଟ୍ଟନାୟକ ଓ ତାଙ୍କ କାର୍ଯ୍ୟାଳୟ ଉପରକୁ ଦୁର୍ନୀତିର ଅଭିଯୋଗ ଆଣିଥିଲେ । ବିଜେପିରେ ଯୋଗ ଦେବା ପରେ ସେ ରାଜନୀତିର ସବୁ ନୀତି ନୈତିକତା ଭୁଲି ନିଜ ରାଜନୈତିକ ଗୁରୁ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏଥିସହିତ ସେ ବିଜେପିରେ ଯୋଗ ଦେଇ ନବୀନଙ୍କୁ ଓଡିଶାରୁ ବିଦା କରିବାକୁ ଶପଥ ନେଇଛନ୍ତି । ରାଜ୍ୟ ଯାକ ବୁଲି ବୁଲି ସେ ନବୀନଙ୍କ ବିରୋଧରେ ବିଷ ଉଗାଳୁଛନ୍ତି ।

ତେବେ ଆଜି ପର୍ଯ୍ୟନ୍ତ ନବୀନ ବାବୁ ଦାମ ବାବୁଙ୍କ ବିରୋଧରେ ପଦୁଟିଏ ବି କହିନାହାଁନ୍ତି । କିନ୍ତୁ ନବୀନ ସବୁ କିଛି ଭୁଲି ଦାମ ବାବୁଙ୍କ ଦୁଃଖରେ ସାନ୍ତ୍ବନା ଦେବାକୁ ତାଙ୍କ ଘରେ ପହଁଚିଥିଲେ । ଦାମ ବାବୁଙ୍କ ସବୁ ଆକ୍ଷେପ ଓ ବିଜୁ ବାବୁଙ୍କ ପ୍ରତି କରିଥିବା ମତ ମନ୍ତବ୍ୟକୁ ଭୁଲି ନବୀନ ନିଜ ଧର୍ମ ପାଳନ କରି ଆଜି ତାଙ୍କ ପତ୍ନୀଙ୍କ ବିୟୋଗରେ ତାଙ୍କ ଘରକୁ ଯାଇ ତାଙ୍କ ମରଶରୀରକୁ ଶେଷ ସମ୍ମାନ ଜଣାଇଥିଲେ । ଏଥିସହିତ ନିଜେ ମୁଖ୍ୟମନ୍ତ୍ରୀ ଦାମ ବାବୁଙ୍କ ସହ କଥା ହୋଇ ତାଙ୍କୁ ସାନ୍ତ୍ବନା ଜଣାଇଥିଲେ । ଏହା ନବୀନଙ୍କ ବଡ ପଣ ନୁହେଁ ତ ଆଉ କଣ ।

 

Share

Leave a Reply

Your email address will not be published. Required fields are marked *

seventeen − 5 =