ସମସ୍ତେ ତଦନ୍ତ ପରିସର ଭୁକ୍ତ: ଡିଆଇଜି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଉପରୁ ହଟୁନି ପରଦା । ମୃତ୍ୟୁ ନାଁ ହତ୍ୟା? ତେବେ ତାଙ୍କ ମୃତ୍ୟୁ ପଛରେ ଅନେକଙ୍କ ହାତ ରହିଥିବା ନେଇ ଅଭିଯୋଗ ହେଉଛି । ତେବେ ଯେଉଁମାନଙ୍କ ନାମରେ ଅଭିଯୋଗ ହେଉଛି ସେମାନଙ୍କୁ ଜେରା କରାଯିବ ବୋଲି ଆଜି ଡିଜି କହିଛନ୍ତି । ବିଭିନ୍ନ ଦିଗକୁ ବିଚାର କରି ତଦନ୍ତ କରାଯାଉଛି । ତେବେ ଆଜି ସୌମ୍ୟଭ୍‌କ ସରକାରୀ ବାସ ଭବନକୁ ଯାଇ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି । ସେପଟେ ପତ୍ନୀ ବିଦ୍ୟା ଭାରତୀଙ୍କ ଏକ ଚିଠି ପୁଣିଥରେ ଭାଇରାଲ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଡିଏଫ ଏବଂ ମହିଳା ଓଆଇସିଙ୍କୁ ଜେରା କରାଯିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେବେ ଏମାନଙ୍କୁ କେବେ ଜେରା କରାଯିବ ତାଉପରେ ରହିଛି ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

12 + four =