ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ

ଭୁବନେଶ୍ବର () ବିଜେଡି ଟାର୍ଗେଟରେ ରାଜ୍ୟ ନିର୍ବାଚନ ଅଧିକାରୀ । ତାଙ୍କ ନିରପେକ୍ଷତା ନେଇ ଆଜି ପ୍ରଶ୍ନ ଉଠାଇଛି ବିଜେଡି । ରାଜ୍ୟ ଗୁଇନ୍ଦା ବିଭାଗର ନକଲି ଚିଠି ପ୍ରସଙ୍ଗରେ ବିଜେଡି ଦୁଇଥର ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଏଯାଏଁ କାର୍ଯ୍ୟାନୁଷ୍ଠାନ ହେଉନି । ତେଣୁ କେଉଁଠି ନା କେଉଁଠି ରାଜ୍ୟ ନିର୍ବାଚନ ଅଧିକାରୀ ଚାପରେ ଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । କେନ୍ଦ୍ରରେ ବିଜେପି ସରକାର ଥିବାରୁ ରାଜ୍ୟ ବିଜେପି ନେତାଙ୍କ ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଆଜି ପୁଣି ଥରେ ଏହି ପ୍ରସଙ୍ଗରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବ ବିଜେଡି । ସେହିଭଳି ବିଜେପି ପ୍ରଚାର ଗାଡ଼ିରେ କେନ୍ଦ୍ରୀୟ ଯୋଜନାର ବିଜ୍ଞାପନ ଲାଗୁଛି । ସେନେଇ ବି ଅଭିଯୋଗ ହୋଇଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ ହଉନି । ଯଦି ଆଜିର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଦଳ ପକ୍ଷରୁ ପରବର୍ତ୍ତୀ ବିକଳ୍ପ ନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − two =