ଆଜିଠାରୁ ଜୁନ୍ ୩୦ ଯାଏଁ ୧୬ ଘଣ୍ଟିଆ ସଟ-ଡାଉନ୍ ଲାଗୁ

ସାରା ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିଚାଲିଛି । ଏହାର ମୁକାବିଲା କରିବା ପାଇଁ ଖୋର୍ଦ୍ଧା ସବଡିଭିଜନରେ ୧୬ ଘଣ୍ଟିଆ ସଟ-ଡାଉନ୍ ଲାଗୁ ହୋଇଛି । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ଛାଡି ଅନ୍ୟ ସବୁ ଦୋକାନ ବନ୍ଦ ରହିବ । ଏହି କଟକଣା ଜୁନ୍ ୩୦ ଯାଏଁ ଲାଗୁ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । କିନ୍ତୁ ଏ କଟକଣା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ପାଇଁ ଲାଗୁ ହେବନି ।

Share

Leave a Reply

Your email address will not be published. Required fields are marked *

one + thirteen =