କମୁଛି ପାସ ହାର, 9 ଟି କଲେଜରେ ପରୀକ୍ଷା ଫଳ ଶୁନ

ଭୁବନେଶ୍ବର ()  ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ ହାର ରହିଛି 72.33 ପ୍ରତିଶତ ହୋଇଛି। ଗତ ବର୍ଷ ତୁଳନାରେ 4 ପ୍ରତିଶତ କମ ରହିଛି ପାସ ହାର। ବାଲେଶ୍ଵରରେ ସବାଧିକ 86.56% ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଗଜପତି ଜିଲ୍ଲାରେ ପାସ ହାର ସର୍ବନିମ୍ନ 36.20%। ରାଜ୍ୟରେ 29 ଟି କଲେଜରେ ଶତ ପ୍ରତିଶତ ପରୀକ୍ଷା ଫଳ ହୋଇଥିବା ବେଳେ କେବଳ 9 ଟି କଲେଜରେ ଜଣେ ହେଲେ ଛାତ୍ରଛାତ୍ରୀ ପାସ କରିନାହାଁନ୍ତି ।

କ୍ରମାଗତ ଭାବେ ଦୁଇ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ପାସ ହାର ହ୍ରାସ ପାଉଛି । 2015ରେ ଯୁକ୍ତ ଦୁଇ ବିଜ୍ଞାନରେ ପାସ ହାର 80.31 ପ୍ରତିଶତ ଥିଲା । 2016ରେ ପାସ ହାର 80.8 ପ୍ରତିଶତ, 2017ରେ 88.11 ପ୍ରତିଶତ, 2018ରେ 76.98 ପ୍ରତିଶତ ଏବଂ 2019ରେ ପାସ ହାର 72.33 ପ୍ରତିଶତକୁ ହ୍ରାସ ପାଇଛି ।

ଚଳିତ ବର୍ଷ ଯୁକ୍ତ ବିଜ୍ଞାନରେ 97 ହଜାର 750 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତା ଦେଖାରେ ବିଳମ୍ବ ହେତୁ ପରୀକ୍ଷା ଫଳାଫଳ ବାହାରିବାର ବିଳମ୍ବ ହୋଇଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ପୂର୍ବରୁ ବାତ୍ୟା ଓ ସାଧାରଣ ନିର୍ବାଚନରେ ଦୃଷ୍ଟିରେ ରଖି ପରୀକ୍ଷା ଫଳାଫଳ ପ୍ରକାଶିତ ହେବାରେ ବିଳମ୍ବ ଘଟିଥିଲା। ଏଥର ପରୀକ୍ଷା ଦେଇଥିବା 97 ହଜାର 750 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 70 ହଜାର 706 ଜଣ ପରୀକ୍ଷାର୍ଥୀ ପାସ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୪୦ ହଜାର ୫୮ ଜଣ ଛାତ୍ର ଏବଂ ୩୦ ହଜାର ୬୪୮ ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୭୦ ହଜାର ୭୦୬ ଜଣ (୭୨.୩୩%) କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରମାନଙ୍କ ସଫଳତା ହାର ୭୦.୪% ଥିବାବେଳେ ଛାତ୍ରୀମାନଙ୍କ ସଫଳତା ହାର ୭୫.୦୨% ରହିଛି । ଏମାନଙ୍କ ମଧ୍ୟରେ ୨୦ ହଜାର ୮୦୬ ଜଣ ପ୍ରଥମ ଶ୍ରେଣୀରେ, ୨୩ ହଜାର ୯୦୪ ଜଣ ଦ୍ବିତୀୟ ଶ୍ରେଣୀରେ ଏବଂ ୨୫ ହଜାର ୩୬୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୬୩୬ ଜଣ କମ୍ପାର୍ଟମେଣ୍ଟାଲ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

ସେହିପରି ଚଳିତ ବର୍ଷ ୬୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ, ୧୮୭୨ ଜଣ ୮୦ ପ୍ରତିଶତରୁ ଅଧିକ ଏବଂ ୫୮୮୫ ଜଣ ୭୦ ପ୍ରତିଶତରୁ ଅଧିକ ମାର୍କ ରଖିବାରେ ସଫଳ ହୋଇଛନ୍ତି । ଗତବର୍ଷ 90%ରେ ରହିଥିଲେ 41 ଜଣ ଛାତ୍ର ଛାତ୍ରୀ। ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୮୬.୫୬ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

17ଜୁନ ସୁଦ୍ଧା ନିଜର ମହାବିଦ୍ୟାଳୟରେ ମାର୍କ ସିଟ୍ ଉପଲବ୍ଧ ହେବ। ଏହା ଛଡା ରିଆଡିସନ୍ ଓ ରି ଚେଙ୍କିଂ ପାଇଁ 6 ଜୁନ ଠାରୁ ଅନଲାଇନ୍ ରେ ଆରମ୍ଭ ହେବ। 6 ଜୁନ ଠାରୁ 15 ଦିନ ଯାଏଁ ଛାତ୍ର ଛାତ୍ରୀ ଆବେଦନ କରିପାରିବେ। ଚଳିତ ମାସ ଦ୍ଵିତୀୟ ସପ୍ତାହ କିମ୍ବା ତୃତୀୟ ସପ୍ତାହ ର ପ୍ରଥମ ରେ ଯୁକ୍ତ ଦୁଇ କଳା ବାଣିଜ୍ୟ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି।

Share

Leave a Reply

Your email address will not be published. Required fields are marked *

ten − 4 =