ଆଜିଠୁ ଜରି ଧରିଲେ ଜରିମାନା

ଆଜିଠାରୁ ପୁରୀ ସମେତ ୫ଟି ମହାନଗର ନିଗମରେ କଡାକଡି ଭାବେ ପାଳନ ହେବ ପଲିଥିନ ବ୍ୟାନ କଟକଣା। ସଂପୂର୍ଣ୍ଣ ଭାବେ ହଟିବ ପଲିଥିନ୍। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ପୁରୀ ସମେତ ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ପଲିଥିନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା। ଏଥିପାଇଁ ଅକ୍ଟୋବର ୩୧ ପର‌୍ୟ୍ୟନ୍ତ ସମୟ ଦିଆଯାଇଥିଲା। ଏହାର ଅବଧି ଶେଷ ହୋଇଛି। ତେଣୁ ଆଜିଠାରୁ ନିୟମକୁ କଡାକଡି ଭାବେ ପାଳନ କରାଯିବ ।
ପଲିଥିନ୍ ତିଆରି କରୁଥିବା କାରଖାନା ଓ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ କରିବାକୁ ଉନ୍ନୟନ ବିଭାଗକୁ ଚିଠି ଲେଖାଯାଇଛି । ଏହି ନିୟମକୁ ଯଦି କେହି ଭାଙ୍ଗୁଥିବାର ଦେଖାଯାଏ ତାହେଲେ ତାକୁ ଜେଲ ଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ । ଦୋକାନମାନଙ୍କରେ ଯେଉଁମାନେ ବିକ୍ରି କରୁଥିବେ ସେମାନଙ୍କୁ ମଧ୍ୟ ଜୋରିମାନା ଦେବାକୁ ପଡିବ ।

Share

Leave a Reply

Your email address will not be published. Required fields are marked *

two × 4 =