ଆସନ୍ତାକାଲି ବାହୁଡ଼ା ଯାତ୍ରା ଲାଗି ପ୍ରଶାସନ ପ୍ରସ୍ତୁତ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା । ସେନେଇ ଆଜି ନିଳାଦ୍ରୀ ଭକ୍ତ ନିବାସରେ ସମୀକ୍ଷା ବୈଠକ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ହୋଇସାରିଛି । ସେହି ବୈଠକରେ ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ତେଣୁ କୋଭିଡ କଟକଣା ଭିତରେ ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ କରାଯିବ ।
ଅନ୍ୟପଟେ ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ହେବ। ଏହି ନୀତିକାନ୍ତି ମଧ୍ୟ ବିନା ଭକ୍ତରେ ହେବ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦୀରେ ଶେଷ ଦର୍ଶନ ହେବ । ରାତି ୧୦ଟା ଭିତରେ ଏହି ନୀତିକୁ ସମ୍ପନ୍ନ କରି ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

twelve + seven =