ଆମଗୁଡ଼ା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ୫-ଟି ସଚିବ

କୋରାପୁଟ: ରାଜ୍ୟରେ ଶିକ୍ଷାର ବିକାଶ ଦିଗରେ ନଜର ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଛାତ୍ର ଛାତ୍ରୀ କିଭଳି ଶିକ୍ଷା ସୁବିଧା ପାଇବେ ସେଥିନେଇ ଅନେକ ବିଚାର ବିମର୍ସ ମଧ୍ୟ କରୁଛନ୍ତି । ଉପାନ୍ତ ଜିଲ୍ଲାରେ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଅନେକ ଫୋକସ କରାଯାଇଛି । ତେବେ ଦିନିକିଆ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋରାପୁଟ ଜିଲ୍ଲାର ଆମଗୁଡ଼ା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଏହାର ସମୀକ୍ଷା କରିଛନ୍ତି । ସମସ୍ତ ସୁବିଧା ଓ ଭିତ୍ତିଭୂମ ଥିବା ଏହି ବିଦ୍ୟାଳୟକୁ ଏକ ଆଧୁନିକ ଶିକ୍ଷଣ କେନ୍ଦ୍ରରେ ପରିଣତ କରାଯାଉଛି । ସ୍କୁଲର ସ୍ମାର୍ଟ ଶ୍ରେଣୀଗୃହ, ଲାଇବ୍ରେରୀ, ଲାବ୍ରୋଟେରୀ, ଆଇସିଟି ଭିତ୍ତିଭୂମି, ଉଦ୍ୟାନ, ପାନୀୟ ଜଳ ଏବଂ ଶୌଚାଳୟ ସମେତ ବିଦ୍ୟାଳୟର ବିକାଶ ସହ ଜଡିତ ସମସ୍ତ କାର‌୍ୟ୍ୟ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଏବେ ଏହି ସ୍କୁଲରେ ୫୫୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । ୫ଟି ସଚିବଙ୍କ ସମୀକ୍ଷା ସମୟରେ କୋରାପୁଟ ଜିଲ୍ଲାପାଳ ଏମଡି ଅବଦୁଲ ଅଖତର ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

3 × two =