ଜଟଣୀ ଫ୍ଲାଏ ଓଭର ନିର୍ମାଣ କାମରୁ ବାଦ୍‌ ପଡିଲା ପଣ୍ଡା ଇନଫ୍ରା

ଭୁବନେଶ୍ବର: ଜଟଣୀ ଫ୍ଲାଏ ଓଭର ନିର୍ମାଣରେ ଅନିୟମିତତା ଅଭିଯୋଗ ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ ନିର୍ମାଣ କାମରୁ ପଣ୍ଡା ଇନଫ୍ରାକୁ ପୂର୍ତ୍ତ ବିଭାଗ ବାଦ୍‌ ଦେଇଛି।ସମ୍ବଲପୁରରେ ସଂପୃକ୍ତ ସଂସ୍ଥା ନିର୍ମାଣ କାମ କରୁଥିବାରୁ ସେଠାରୁ ମଧ୍ୟ ପଣ୍ଡା ଇନଫ୍ରାକୁ ହଟାଇବା ନେଇ ବିଚାର ଚାଲିଥିବା ସୂଚନା ମିଳିଛି।ଜଟଣୀ ଫ୍ଲାଏ ଓଭର ନିର୍ମାଣ କାମ ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଥିଲା। ୪୦ ଫୁଟ୍ ବଦଳରେ ୨୦ ଫୁଟ୍ ତଳୁ ପିଲର ଉଠାଯାଇଥିବା ଜଟଣୀ ବ୍ୟବସାୟୀ ସଂଘ ଅଭିଯୋଗ କରିଥିଲା।ସେହିପରି ବମିଖାଲ ଓଭରବ୍ରିଜ ନିର୍ମାଣ କାମ ଚାଲିଥିବା ବେଳେ ଦୁଇ ଦୁଇ ଥର ଭୁଶୁପଡ଼ି ଥିଲା। ଦୁଇଜଣ ଜୀବନ ଯାଇଥିଲା। ଏହି ଘଟଣାରେ ପଣ୍ଡା ଇନଫ୍ରା ସଂସ୍ଥାର ମୁଖ୍ୟ ଜେଲ୍ ଯାଇଥିଲେ।ପରେ  ପରେ ବମିଖାଲ ଓଭରବ୍ରିଜ୍ କାମରୁ ପଣ୍ଡା ଇନଫ୍ରାକୁ ବାଦ ଦିଆଯାଇଥିଲା।

Share

Leave a Reply

Your email address will not be published. Required fields are marked *

19 + four =