ପ୍ରଥମେ ହତ୍ୟା ପରେ ଆତ୍ମହତ୍ୟା

ବାରିପଦା()  ପ୍ରଥମେ ହତ୍ୟା ପରେ ଆତ୍ମହତ୍ୟା । ଦୁଇ ସ୍ତ୍ରୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ଶ୍ୟାମ ଭାଟି ଓ ତାଙ୍କର ଦୁଇ ସ୍ତ୍ରୀ। ତାଙ୍କର ଦୁଇ ସ୍ତ୍ରୀ ଦୁଇ ଭଉଣୀ ମଧ୍ୟ ଥିଲେ। ଘର ବାହାର ଥିବା ଏକ ଗଛରୁ ସ୍ବାମୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାବେଳେ ଘର ଭିତରୁ ଦୁଇ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏ ଘଟଣା ଘଟିଥିବା ବେଳେ ଏହି ୩ ଜଣଙ୍କୁ ଅନ୍ୟ କେହି ହତ୍ୟା କରିଥିବା ନେଇ ଗାଁ ଲୋକେ ଚର୍ଚ୍ଚା କରୁଛନ୍ତି। ବାରିପଦା ଏସ୍ଡିପିଓ କହିଛନ୍ତି,“ଶ୍ୟାମ ଭାଟି ତାଙ୍କର ଦୁଇ ସ୍ତ୍ରୀଙ୍କୁ ମାରି ଦେଇ ନିଜେ ଆତ୍ମହତ୍ୟା କରିଥିବା ତାଙ୍କ ଶଳା ଆଜି ସକାଳେ ଥାନାରେ ରିପୋର୍ଟ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

18 + fifteen =